ନାତୁଣୀର ଅଶ୍ଳୀଳ ଭିଡ଼ିଓ ଭାଇରାଲ, ବନ୍ଧାହେଲେ ଅଜା
ନୀଳଗିରି : ନୀଳଗିରି ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୨ ବର୍ଷୀୟା ନାତୁଣୀର ଅଶ୍ଳୀଳ ଭିଡ଼ିଓ ପ୍ରଘଟ କରିବା ଅଭିଯୋଗରେ ସମ୍ପର୍କୀୟ ଅଜାକୁ ନୀଳଗିରି ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଳକ ଅଯୋଧ୍ୟା ଫାଣ୍ଡି ଅନ୍ତର୍ଗତ ବାଡ଼ିଆ ଗ୍ରାମର ନାରାୟଣ ଖମାରୀ ( ୫୦) ନାମକ ଜଣେ ସମ୍ପର୍କୀୟ ଅଜା ନାତୁଣୀ ସହ ବଳପୂର୍ବକ ଅଶ୍ଳୀଳ ଆଚରଣ କରିଥିଲେ । ଏଥିସହ ଅଭିଯୁକ୍ତ ଜଣକ ନାବାଳିକାକୁ ଧମକ ଚମକ ଦେଇ ଆସୁଥିଲା । ଏପରିକି ନାବାଳିକା ସହ ଦୁଷ୍କର୍ମ କରି ନିଜେ ଅଶ୍ଳୀଳ ଭିଡ଼ିଓ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ପ୍ରଘଟ କରି ଦେଇଥିବା ଅଭିଯୋଗ ହୋଇଛି । ଏହି ଖବର ଜାଣିବା ପରେ ନାବାଳିକାର ପରିବାର ନୀଳଗିରି ଥାନାରେ ଦ୍ୱାରସ୍ଥ ହୋଇଥିଲେ । ପୁଲିସ ଏନେଇ ଆଇଟି ଓ ପୋକ୍ସ ଆକ୍ଟ ୧୨୯/୨୫ ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି ଡାକ୍ତର ମଇନା ପାଇଁ ପଠାଇଥିଲା । ଏହାସହ ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ କୋର୍ଟ ଚାଲାଣ କରାଯାଇଛି ।