ପାଟଣାରେ  କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ପାଟଣାରେ  କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ପାଟଣାରେ  କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

•    ଖାଇବା ସମୟରେ ଏତେ ଡେରି ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରିଛନ୍ତି ସେଥିପାଇଁ ମୁଁ ଋଣୀ

•    ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଆଦିବାସୀମାନେ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ, ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ ଜାଗିରା ଓ ଦେବସ୍ଥଳୀକୁ ଭବିଷ୍ୟତ ପୀଢ଼ି ପାଇଁ ସୁରକ୍ଷିତ କରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆନ୍ତରିକ ଉଦ୍ୟମ କରିଛନ୍ତି, ଏସ୍‍.ଡି.ସି. ଗଠନ କରିଛନ୍ତି

•    ଭାରତର ଅନ୍ୟ କୌଣସି ରାଜ୍ୟରେ ଏସ୍‍.ଡି.ସି. ନାହିଁ

•    ଆଦିବାସୀ ଭାଇଭଉଣୀମାନଙ୍କ ପାଇଁ ୫୦ ହଜାରରୁ ଅଧିକ କେଶ ମୁଖ୍ୟମନ୍ତ୍ରୀ ରଦ୍ଦ କରିଛନ୍ତି, ଏହା କେହି କରି ପାରିବେ ନାହିଁ, କେବଳ ନବୀନ ବାବୁ ହିଁ କରିପାରିବେ 

•    ହଜାର ହଜାର ଆଦିବାସୀ ହଷ୍ଟେଲ ଓଡ଼ିଶାରେ ନବୀନ ବାବୁ କରିଛନ୍ତି, ସବୁଠାରୁ ଅଧିକ ଗାର୍ଲସ୍‍ ହଷ୍ଟେଲ ଓଡ଼ିଶାରେ ଅଛି, ଆପଣମାନଙ୍କ ସେବା ପାଇଁ ନବୀନବାବୁ ଏହା କରିଛନ୍ତି

•    ଶାଳ ମଞ୍ଜି, ମହୁଲ ଆଦି ବନ୍ୟଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଦେବା ପାଇଁ ଲାଭ ଯୋଜନା କରାଯାଇଛି କେହି ଆପଣଙ୍କୁ ଠକି ପାରିବେ ନାହିଁ, ନବୀନ ବାବୁ ଆଖି ରଖିଛନ୍ତି

•    ୮୦ ପ୍ରତିଶତ ଦରଖାସ୍ତର ସମାଧାନ ହୋଇଛି, ମସଜିତ ମନ୍ଦିର ନିର୍ମାଣ, ଭୀମକୁଣ୍ଡର ଉନ୍ନତି ପାଇଁ ୨୦ କୋଟି, ସେତୁ ଓ ରାସ୍ତାଘାଟ ପାଇଁ ଟଙ୍କା ଦିଆଯାଇଛି

•    ମୁଁ ହିସାବ ଦେଉଛି, ଅନ୍ୟ କେହି ହିସାବ ଦେବେ କି ? 

•    ସାତକୁଟୁଣିଆ-ବାଉଁଶୁଳି ରାସ୍ତା ପାଇଁ ୧୪ କୋଟି, 

•    କେନ୍ଦୁଝର-ସହରପଡ଼ା ରାସ୍ତା ପାଇଁ ୩୩ କୋଟି

•    ବୈତରଣୀ ନଦୀ ସେତୁ ୨୦ କୋଟି ଟଙ୍କା

•    କନ୍‍ଝରୀ ନଦୀ ସେତୁ ୧୪ କୋଟି ଟଙ୍କା

•    ସବୁ ହାଇସ୍କୁଲ 5T ରେ ରୂପାନ୍ତରଣ ହୋଇଛି

•    ଆମ ହସ୍‍ପିଟାଲ, ବସଷ୍ଟାଣ୍ଡ ଦେଖିବାର ଅଛି, ଏ ସବୁ ନୂଆ ଓଡ଼ିଶାର ନମୂନା

•    ୫ ଟଙ୍କାରେ ଲକ୍ଷ୍ମୀ ବସରେ ଯିବା ଆସିବା କରିପାରିବେ, ମମତା ଯୋଜନାରେ ମା’ମାନଙ୍କୁ ୧୦ ହଜାର ଟଙ୍କା ଦିଆଯାଉଛି

•    ମିଶନ ଶକ୍ତି ମା’ମାନଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବିନା ସୁଧରେ ଋଣ

•    ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ କାମ କରନ୍ତି, ଅନ୍ୟ ମାନେ ଭୋଟ ପାଇଁ କାମ କରନ୍ତି

•    ମୁଖ୍ୟମନ୍ତ୍ରୀ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି, ଆପଣମାନଙ୍କ ବୋଝ ହାଲକା କରବା ପାଇଁ ପଦକ୍ଷେପ ନେଉଛନ୍ତି

•    ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

•    ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ

•    ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ

•    ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା

•    ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି, 

•    ଏଭଳି ମହାନ ଜନନାୟକଙ୍କୁ ଆଶୀର୍ବାଦ କରନ୍ତୁ