ଏବେ ମୁଁ ପେନ୍‌ସନ୍‌ରେ ବଞ୍ଚିବି:ପାଣ୍ଡିଆନ୍‌

ଏବେ ମୁଁ ପେନ୍‌ସନ୍‌ରେ ବଞ୍ଚିବି:ପାଣ୍ଡିଆନ୍‌

ଭୁବନେଶ୍ୱର: ବିଜେଡିର ଶୋଚନୀୟ ପରାଜୟ ପରେ ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି ପାଣ୍ଡିଆନ୍‌। ତେବେ ରାଜନୀତିରୁ ଅବସର ନେବା ପରେ ଏକ ଟିଭି ଚ୍ୟାନେକୁ ସାକ୍ଷାତକାର ନେଇ ପାଣ୍ଡିଆନ୍‌ ଅନେକ ଖୁଲାସା କରିଛନ୍ତି।
ରାଜନୀତି ଛାଡିବା ପରେ କ’ଣ କରିବେ ପ୍ରଶ୍ନରେ ସେ କହିଛନ୍ତି, ମୁଁ ଗୋଟିଏ ଦିନରେ ଗୋଟିଏ ବିଷୟରେ ଚିନ୍ତା କରେ, ଭବିଷ୍ୟତ ବିଷୟରେ କିଛି ଭାବେ ନାହିଁ। ମୁଁ ତାମିଲନାଡୁର ଏକ ଛୋଟିଏ ଗାଁରୁ ଆସିଥିଲି। ଅନେକ ସଂଘର୍ଷ ପରେ ସଫଳତା ପାଇଥିଲି। ଏହା ପରେ ମଧ୍ୟ ମୁଁ ମୋ ସ୍ବପ୍ନ ପୂରଣ କରି ପାରିଥିଲି। ମୁଁ ମୋ ଗୁରୁଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିଲି। ଏଥିରୁ ଜାଣିପାରୁଥିବେ ମୁଁ ମୋ ଗୁରୁଙ୍କ ସହ କେତେ ଜଡିତ ଥିଲି। ଏବେ ମୁଁ ପେନ୍‌ସନ୍‌ରେ ବଞ୍ଚିବି, ଆଗକୁ ଅନ୍ୟ କିଛି କରିବାକୁ ଚେଷ୍ଟା କରିବି। କିନ୍ତୁ ଏବେ କିଛି ନିଷ୍ପତ୍ତି ନେଇନାହିଁ।
ସେ କହିଛନ୍ତି, ମୁଁ ରାଜନୀତିକୁ କ୍ଷମତା ପାଇଁ ଆସି ନ ଥିଲି। ପ୍ରଚାର ସମୟରେ କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଏଜେଣ୍ଟା ସୃଷ୍ଟି କରିବାକୁ ଚାହୁଁଥିଲେ। ମୁଁ ମୋ ଗୁରୁ(ନବୀନ ପଟ୍ଟନାୟକ)ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିଲି। ଦଳ କ’ଣ ପାଇଁ ହାରିଲା ତାହାର ସମୀକ୍ଷା ଚାଲିଛି। ପରାଜୟର ବ୍ୟବଧାନ ମାତ୍ର ୩ % ଥିଲା। କିନ୍ତୁ ମୁଁ ମୋର ଉଦ୍ୟମକୁ ନେଇ ଖୁସି ଅଛି। ଶେଷରେ ମୋ ଜନ୍ମସ୍ଥାନ ହିଁ ପରାଜୟର ମୁଖ୍ୟ କାରଣ ସାଜିଛି। ପୁଣି ବିଜୁ ଜନତା ଦଳ ସମୃଦ୍ଧ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି।