ସଚେତନତା ପରେ ବି ଓଡ଼ିଆ ଭାଷାରେ ଲେଖାହେଉନି ଫଳକ
ଜୟପୁର : ଓଡିଶା ଭାଷାକୁ ନାହିଁ କାହାରବି ସମବେଦନା । ସରକାରବି ଓଡିଆ ଭାଷାକୁ ଉନ୍ନତ କରିବାରେ ଅଗ୍ରହ ନଥିବା ଦେଖିବାକୁ ମିଳୁଛି । ଖାଲି ନିୟମ ପଦଯାତ୍ରା କରି ନିଜ କର୍ତ୍ତବ ସାରୁଛନ୍ତି । ତାପରେ ଭୁଲି ଯାଉଛନ୍ତି । ଯାହା ଫଳରେ ଓଡିଆ ଭାଷାର ବିଲୋପ ହେଉଛି । ସରକାରଙ୍କ ପକ୍ଷରୁ ମହାଆଡମ୍ବରରେ ଓଡିଶା ଦିବସ ଏପ୍ରିଲ ୧ ଠାରୁ ମହାବିଷୁବ ସଂକ୍ରାନ୍ତି ୧୪ ଏପ୍ରିଲ ପର୍ଯ୍ୟନ୍ତ ସମୟକୁ ଓଡ଼ିଆ ପକ୍ଷ ପାଳନ କରିବା ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ନିଦେ୍ର୍ଦଶ ଦେଇଥିଲେ ଏଥିସହ ସଚେତନତା ପଦଯାତ୍ରା କରିଥିଲେ । କିନ୍ତୁ ସଚେତନତା ଫଳଶୁନ । ଓଡିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬ ଧାରା ୪ଅନୁଯାୟୀ କୋରାପୁଟ ଜିଲ୍ଲାର ସଦର ମହକୁମା ଓ ଜୟପୁର ଉପଖଣ୍ଡ ସ୍ତରୀୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବାରେ ଅବହେଳା ଯୋଗୁଁ ଦଶ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ବିରୁଦ୍ଧରେ କାରଣ ଦର୍ଷାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନି ଯାହାଦ୍ୱାରା ନିୟମକୁ ହାଲ୍ଲାକ ଭାବେ ନେଉଛନ୍ତି ବ୍ୟବସାୟ । ଜିଲ୍ଲାର ଅଧିକାଂଶ ଅଧିକାରୀ ଅଣଓଡ଼ିଆ ହୋଇଥିବାରୁ ଓଡ଼ିଆ ଭାଷା ପ୍ରତି ତିଳେ ମାତ୍ର ଦରଦ ନଥିବା ସାଧାରଣରେ ଚର୍ଚ୍ଚା ଜୋରଧରିଛି । ଜଦି ସରକାରଙ୍କ ନିଦେ୍ର୍ଦଶ ନାମାକୁ ନମାନନ୍ତି ତେବେ ଆଗାମୀ ଦିନରେ ଏହି ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କ ବିରୁଦ୍ଧରେ କେଶ ରୁଜୁ କରି ନ୍ୟାୟାଳୟର ନିଦେ୍ର୍ଦଶ ଅନୁଯାଇ ଦଣ୍ଡିତ କରାଜିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ ଏବଂ ସହ ଶ୍ରମ ଅଧିକାରୀ ଚୌତନ୍ୟ ପ୍ରସାଦ ମାଝି ସୂଚନା ଦେଇଛୋନ୍ତି ।