ଶୋଷ ମେଣ୍ଟାଉଛି ଚୁଆ ପାଣି
।ା ପ୍ରଭାନୁ୍ୟଜ ।ା ବିଶୋଇ: ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ, ଗାଁକୁ କାମ ମାଙ୍କୁ ସମ୍ମାନ ଏସବୁ ଏବେ କେବଳ ସ୍ଲୋଗାନରେ ସୀମିତ ରହିଯାଇଛି । ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଓଲଟା । ଗାଁରେ ବର୍ଷବର୍ଷ ଧରି ପାଣି ସମସ୍ୟା ଲାଗି ରହିଥିବାବେଳେ ଗାଁରେ ପାଣି ଯୋଗାଣ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ନାହିଁ । ଏଭଳି ସ୍ଥିତିରେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଭାତଛତ୍ର ଗ୍ରାମପଞ୍ଚାୟତ ଅଧିନ କାଶିପାଣି ଗାଁରେ । ଗାଁରେ ରହିଥିବା କିଛି ନଳକୂପ ଅଚଳ ହୋଇ ପଡିଥିବାବେଳେ ଅନ୍ୟ ନଳକୂପମାନଙ୍କର ପାଣି ଗ୍ରାମବାସୀଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ । ଏପରିକି ସୋଲାର ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଅଚଳ ପଡିଛି । ଯାହାଫଳରେ ବର୍ତ୍ତମାନ ଗାଁରେ ଜଳ ସଂକଟ ଉକ୍ରଟ ରୂପ ନେଇଛି । ଏଭଳି ସ୍ଥିତରେ ଶୋଷ ମେଣ୍ଟାଇବା ପାଇଁ ପାହାଡରୁ ବହି ଆସୁଥିବା ନାଳ ଚୁଆରୁ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ଯାହାଫଳରେ ବିଭିନ୍ନ ରୋଗରେ ପଡି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ଗ୍ରାମବାସୀ । ପାନୀୟଜଳ ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସନ ନିକଟରେ ବହୁ ଅଭିଯୋଗ ଗୁହାରୀ ସତ୍ତ୍ୱେ କିଛି ପରିବର୍ତ୍ତନ ହେଇପାରୁନି । ଅନ୍ୟପଟେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ କାଶିପାଣି ଗାଁକୁ ବିଦୁ୍ୟତ୍ ସଂଯୋଗ ହୋଇପାରିନି । ବିଦୁ୍ୟତ୍ ବିନା ଗ୍ରାମବାସୀମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ବିଦୁ୍ୟତ୍ ବିନା ବିଦ୍ୟାର୍ଥିମାନେ ·ର୍ଜର ଲାଇଟରେ ପଢାପଢ଼ି କରୁଥିବା ବେଳେ କାଠ ଗଣ୍ଡି ଜାଳି ମହିଳାମାନେ ରୋଷେଇବାସ କରନ୍ତି । ଗାଁରେ ଲାଗିଥିବା ସୋଲାର ଲାଇଟ ମଧ୍ୟ ଦୀର୍ଘ ବର୍ଷ ପୂର୍ବରୁ ଅଚଳ ହୋଇପଡିଛି । ଜଙ୍ଗଲ ନିକଟ ଗାଁ ହେତୁ ବନ୍ୟପ୍ରାଣୀଙ୍କ ଭୟ ଯୋଗୁଁ ସନ୍ଧ୍ୟାରୁ ଗ୍ରାମବାସୀଙ୍କ ତାଟି କବାଟ ପଡ଼ିଯାଏ । ଏ ସମସ୍ୟା ବାବଦରେ ବିଡ଼ିଓ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ ଗୁହାରୀ କରିଥିଲେ ହେଁ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ଆଗରୁ ସ୍ଥିତି ଯେମିତି ଥିଲା, ଆଜିବି ସେମିତି ରହିଛି । କୌଣସି ପରିବର୍ତ୍ତନ ହୋଇପାରୁନି । ନିର୍ବାଚନ ବେଳେ ନେତାମାନେ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇଥାନ୍ତି । ମାତ୍ର ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଥାଏ । ଯାହାକୁ ନେଇ ଚଳିତ ନିର୍ବାଚନରେ ଘରକୁ ପାଣି ଆଉ ଗାଁକୁ ବିଦୁ୍ୟତ୍ ସଂଯୋଗ ନ ଦେଲେ ଏଥର ଭୋଟ ବର୍ଜନ କରିବାର ଚେତାବନୀ ଦେଇଛନ୍ତି ଗ୍ରାମବାସ ।