ମନର ଦେବତା ମୋର ପୁସ୍ତକ ଉନ୍ମୋଚିତ
ଭଣ୍ଡାରିପୋଖରୀ: ଗୋଟିଏ ଭଲ ବହି ରଚନା ଲେଖକକୁ ଆତ୍ମତୃପ୍ତି ପ୍ରଦାନ କରିଥାଏ ଓ ସମାଜକୁ ଚେତାଇ ଥାଏ ବୋଲି କବି ନଟବର ରାଉଳଙ୍କ କବିତା ସଙ୍କଳନ ‘ମନର ଦେବତା ମୋର' ପୁସ୍ତକ ଉନ୍ମୋଚନ ଉସôବରେ ଅତିଥି, ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି । ସରସଦା ଭାଗବତଟୁଙ୍ଗି ପରିସରରେ ମଙ୍ଗଳବାର ବିଶିଷ୍ଟ ନାଟ୍ୟକାର ସୁଧାକର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉନ୍ମୋଚନ ଉସôବକୁ ବୟୋଜ୍ୟଷ୍ଠ କବି ଗୋଲକ ଚନ୍ଦ୍ର ମହାନ୍ତି ଉଦଘାଟନ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ କ୍ଷୀରୋଦ କୁମାର ସାମଲ ପୁସ୍ତକର ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ କବି ଅବନୀ ପ୍ରଧାନ, ସମ୍ମାନିତ ଅତିଥି ଓ ବକ୍ତା ଭାବେ ଧାମନଗର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା, ଶ୍ରୀବସô କରଶର୍ମା, ‘ଅଞ୍ଜଳି'ର ସମ୍ପାଦକ ପ୍ରକାଶ ମହାପାତ୍ର, କାର୍ତ୍ତିକ ସ୍ୱାଇଁ, ପୁରୁଷୋତ୍ତମ ଧଳ, ଭଣ୍ଡାରିପୋଖରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଭରତ ଚନ୍ଦ୍ର କରଣ, ବିଶ୍ୱମ୍ଭର ନାଥ, ବିଜୟ କୁମାର ସ୍ୱାଇଁ ଯୋଗଦେଇ ସାହିତ୍ୟର ବିଭିନ୍ନ ପ୍ରସଙ୍ଗରେ ଆଲୋକପାତ କରିଥିଲେ । କବି ନଟବର ରାଉଳ ଲେଖକୀୟ ଅଭିବ୍ୟକ୍ତି ଓ ଅଧ୍ୟାପିକା ଯୋଗ୍ୟଶ୍ରୀ ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କବି ରମାକାନ୍ତ ବେହେରା, ଜଗନ୍ନାଥ ସାମଲ, ଅଧ୍ୟାପକ ଅନାଦି ଚରଣ ସାହୁ, ବାସନ୍ତୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।