ବିଭିନ୍ନ ସ୍ଥାନରେ ମଧୁବାବୁଙ୍କ ଜୟନ୍ତୀ ପାଳିତ


 ।ା ପ୍ରଭାନୁ୍ୟଜ ।ା  ବାଙ୍କୀ,:  ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡା  ନିକଟସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ କୂଳବୃଦ୍ଧ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରଧାନ ଗୁରୁଜୀ ରନôାକର ପଣ୍ଡା ଉକ୍ତ ଉତ୍ସବରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ବରପୁଟ ଗ୍ରାମ ପଂଚାୟତର ସରପଞ୍ଚ ପଣ୍ଡିତ ଅଶୋକ କୁମାର ମିଶ୍ର ଯୋଗଦାନ କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମଧୁବାବୁଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ସଂପାଦକ ତଥା ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ସୁନୀଲ କୁମାର ମିଶ୍ର ଯୋଗଦାନ କରି ମଧୁବାବୁଙ୍କୁ ଓଡ଼ିଆ ଜାତିର ଅଜାତ ଶତ୍ରୁ ଭାବେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ଫଟୋ ଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଦେବା ସହ ଉକôଳ ଜନନୀ ଗାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ଅଶୋକ କୁମାର ପଟ୍ଟନାୟକ, ପୂର୍ବତନ ସଭାପତି ଗୋବିନ୍ଦ ଚନ୍ଦ୍ର ତି୍ରପାଠୀ, ଅକ୍ଷୟ ତ୍ରିପାଠୀ, ଜିତେନ୍ଦ୍ର ସାହୁ, ଅକ୍ଷୟ ବେହେରା, ଜାଗେରୀ ପଣ୍ଡା, ସବିତା ରଶ୍ମି ଦାସ, ପୁଷ୍ପଲତା ଭଟ୍ଟ, ମାଣିକ ସାହୁ, ନିବାସୀ ମହାନ୍ତି, ଲୋପାମୁଦ୍ରା ପ୍ରଧାନ, ଟିକିନା ସାହୁ ଓ ଅନୁସୟା ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍ମୃତିଚାରଣ କରିଥିଲେ । ଶେଷରେ ସାଗର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲେଶ୍ୱର,୨୯ା୪: ଗାନ୍ଧି ସ୍ମୃତି ଭବନ ପାଖ ପରମ୍ପରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ବାଲେଶ୍ୱର ଆଇନ୍ ମହାବିଦ୍ୟାଳୟ ଅଗ୍ରଣୀ ପୁରାତନ ଛାତ୍ରସଂସଦ ପକ୍ଷରୁ ମଧୁବାବୁଙ୍କ ୧୭୭ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଉକ୍ରଳଗୌରବ ମଧୁବାବୁଙ୍କ ଜୀବନକାହାଣୀ ସଂପର୍କରେ ମୁଖ୍ୟଅତିଥି କବି ପ୍ରଶାନ୍ତ ଦାସ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନଜୀବୀ ପ୍ରତାପଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଇନଜୀବୀ ତଥା ବାଲେଶ୍ୱର ବାର ଆସୋସିଏସନ୍ର ନିର୍ବାଚିତ ସଭ୍ୟ ଦିଗାମ୍ବର ମିଶ୍ର ତାଙ୍କ ବକ୍ତବ୍ୟରେ ମଧୁବାବୁ କିପରି ଆଧୁନିକ ଓଡ଼ିଶାର ବିନ୍ଧାଣୀ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ । ଆଇନଜୀବୀ ପ୍ରବୀର କୁମାର ଦାସ, ସୁଶ୍ରୀ ଲିଲା ଭଟ୍ଟାଚାର୍ଯ୍ୟ, ଶୁଭକାନ୍ତ ଦାସ, ଅସିତ କୁମାର ପ୍ରଧାନ ପ୍ରମୁଖ ମଧୁବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆଇନ ବିଦ୍ୟାଳୟର ପୁରାତନ ଛାତ୍ରମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ ।
ବେତନଟୀ,୨୯ା୪: ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ପରିଷଦ କବି ସଙ୍ଗମ ବେତନଟୀ ଏବଂ କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ଥିବା ମଧୁସୂଦନ ସାଂସ୍କୃତିକ ପରିଷଦ ମିଳିତ ଉଦ୍ୟମରେ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କର ୧୭୬ ତମ ଜନ୍ମ ଦିବସ ପାଳନ ଉତ୍ସବ କବି ସଙ୍ଗମର ସଭାପତି ବାସୁଦେବ ନାପିତଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମଧୁସୂଦନ ସାଂସ୍କୃତିକ ପରିଷଦ ସଭାପତି ପ୍ରଶାନ୍ତ ରାଉତଙ୍କ ସମେତ ସରୋଜ କୁମାର ମହାନ୍ତି, ବନୋଜ କୁମାର ନାୟକ, ଅଭିମନୁ୍ୟ ରାଉତ, ପ୍ରଦୀପ କୁମାର ସାମଲ, ଦିଲ୍ଲୀପ କୁମାର ସାମଲ ଏବଂ କବି ସଙ୍ଗମର ସାଧାରଣ ସମ୍ପାଦକ ଡ଼କ୍ଟର ରମାକାନ୍ତ ମହାନ୍ତ, କବି ମନୋଜ କୁମାର ମହାନ୍ତ, ଶିକ୍ଷକ ଦୀପକ କୁମାର ପାତ୍ର, ସମାଜସେବୀ ଉମାକାନ୍ତ ମହାନ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ମଧୁବାବୁଙ୍କ ଜୀବନୀ ଏବଂ କର୍ମମୟ ଜୀବନର ଇତିହାସ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଆଗାମୀ ବର୍ଷ କବି ସଙ୍ଗମ ଏବଂ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ଉକ୍ରଳ ଗୌରବ ମଧୁସୂଦନଙ୍କ ଜୀବନୀ ଏବଂ  କାର୍ଯ୍ୟାବଳରୀ ଉପରେ ଏକ ଆଲୋଚନା ଚକ୍ର ଏବଂ ବହୁ ଭାଷୀ କବିତା ପାଠ ଉତ୍ସବ ମଧୁବାବୁଙ୍କ ଏନ୍ତୁଡ଼ି ଶାଳ ସତ୍ୟଭାମାପୁର ଠାରେ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ବାସୁଦେବ ନାପିତ ଏବଂ ମଧୁସୁଦନ ସାଂସ୍କୃତିକ ପରିଷଦର ସଭାପତି ପ୍ରଶାନ୍ତ ରାଉତ ପ୍ରକାଶ କରିଛନ୍ତି ।
 କଟକ ,୨୯ା୪: ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଆୟୋଜନରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ ଉକ୍ରଳଗୌରବଙ୍କ ଶେଷ ବିଶ୍ରାମସ୍ଥଳ ଗୋରାକବର ସ୍ଥିତ ମଧୁବାବୁଙ୍କ ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରି ଓଡ଼ିଆ ସ୍ୱାଭିମାନର ପ୍ରତୀକ ପ୍ରଖ୍ୟାତ ଆଇନଜ୍ଞ ମଧୁବାବାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ସ୍ଥାନୀୟ ମଧୁସୂଦନ ପାର୍କ ଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏବଂ ପରେ କ୍ୟାଂଟନମେଂଟ ରୋଡ ସ୍ଥିତ ମଧୁବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ ମଧୁବାବୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ ଓ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।