କଚ୍ଛପ ଗତିରେ ଜଳାଶୟ ପୁନରୁଦ୍ଧାର କାର୍ଯ୍ୟ


 ଜଟଣୀ: ସହରାଞ୍ଚଳରେ ସୁରକ୍ଷିତ ଜଳ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ପରି·ଳିତ ସହରାଞ୍ଚଳ ଜଳାଶୟ ସମୂହର ପୁନଃ ନବୀକରଣ ଉପରେ ଜଟଣୀ ପୌରପରିଷଦ ସଭା କକ୍ଷରେ ତକ୍ରାଳୀନ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ୨୦୨୩ ମସିହା ଜୁନ୍ ମାସରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉଦେ୍ଧଶ୍ୟ ଥିଲା ସହରାଞ୍ଚଳରେ ଥିବା ଜଳାଶୟ ଗୁଡିକର ଜୈବ ବିବିଧତା, ସୁରକ୍ଷିତ ଜଳ ରାଶି ସୁନିଶ୍ଚିତ କରାଇବା ପାଇଁ ପ୍ରାକୃତିକ ଏବଂ ସ୍ଥାୟୀ ପୁନରୁଦ୍ଧାର ପାଇଁ ମିସନ୍ ଶକ୍ତି ଗ୍ରୁପ୍ ମାନଙ୍କ ସହାୟତାରେ ଏହାକୁ କାର୍ଯ୍ୟକାରୀ କରାଯିବ, ଯାହାର ନାମକରଣ କରାଯାଇଥିଲା ‘ମୋ ପୋଖରୀ’ । ପୌର ସଂସ୍ଥା ପକ୍ଷରୁ ନିଯୁକ୍ତ ୱାଟର ·ମ୍ପିୟନଙ୍କ ସମୀକ୍ଷା ଅନୁସାରେ ଏହି କାର୍ଯ୍ୟକ୍ରମ ପରି·ଳନା କରାଯିବ । ଏଥିରେ ବିନା କଂକ୍ରିଟ ପ୍ରୟୋଗରେ କାର୍ଯ୍ୟ କରାଯିବ, ବର୍ଜ୍ୟବସ୍ତୁ ପ୍ରବେଶ କରିବାକୁ ଦିଆଯିବ ନାହିଁ, ମାଟି ଅତଡା ନ ପଡ଼ିବା ପାଇଁ ଗୁଳ୍ମଜାତୀୟ ଉଦ୍ଭିଦ ଲତା ଚତୁଃପାର୍ଶ୍ରେ ଲଗାଯିବା ଭଳି ଅନେକ ପଦ୍ଧତି ଅବଲମ୍ବନ କରାଯିବ ବୋଲି ୧୧ ନମ୍ବର ୱାର୍ଡ ଏବଂ ୨୧ ନମ୍ବର ୱାର୍ଡ଼ ର ମହିଳା ଗୋଷ୍ଠୀ ମାନଙ୍କୁ ସୂଚୀତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଗତବର୍ଷ  ୨୧ ନମ୍ବର ୱାର୍ଡରେ ଥିବା ଗନ୍ଧ ଗାଡ଼ିଆ 'ପୋଖରୀ ପୁନଃ ଉଦ୍ଧାର ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଓଡିଶା ସରକାର ତରଫରୁ ୬ ଲକ୍ଷ ୫୧ ହଜାର ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ପ୍ରକୃତ ପକ୍ଷେ ଦେଢ଼ ଲକ୍ଷ୍ ଟଙ୍କା ଖର୍ଚ୍ଚ ହେବ ବୋଲି ଗ୍ରାମର କିଛି ସ୍ୱେଚ୍ଛାସେବୀ ତଥା ଆଇନଜୀବୀ ମତ ଦେଇଛନ୍ତି । ତେବେ କାର୍ଯ୍ୟର ବିବରଣୀ ସୂଚନା ଫଳକ  କାର୍ଯ୍ୟ ଆରମ୍ଭ ପୂର୍ବରୁ ପୂର୍ବରୁ ଲଗାଯିବା କଥା ହେଲେ ସେପରି ହୋଇନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି । ସେହିପରି ୨୧ ନଂ ୱାର୍ଡ ରେ ଥିବା ୨.୫ ଏକର ପରିମିତ ମାଜଣା ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ପାଇଁ ୨୧ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇ ମା ଭବାନୀ 'ଏସଏଚଜି ଗ୍ରୁପ ନାମରେ କାର୍ଯ୍ୟାଦେଶ ନଅ ମାସରୁ ଉର୍ଦ୍ଧ ହେବ ଦିଆଯାଇଥିଲେ ହେଁ ଜନୈକ ଠିକାଦାର ଆଜକୁ ଏକ ମାସ ହେବ ପୋଖରୀକୁ ଶୁଖେଇ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପଙ୍କ କାିବା କିମ୍ବା ସଫା କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯାହା ଫଳରେ ସାଧାରଣ ଲୋକେ ଗାଧୋଇ ପାରୁ ନାହାନ୍ତି, ଗାଈଗୋରୁ ପାଣି ପିଇ ପାରୁନାହାନ୍ତି, ପୋଖରୀ ଶୁଖିଲା ପଡିଥିବାରୁ ଦଶାହ କାର୍ଯ୍ୟ ହୋଇପାରୁନାହିଁ ଏହିପରି ଅନେକ ଅସୁବିଧା ଅନୁଭୂତ ହେଉଥିବା ସହିତ ଗ୍ରାମବାସୀ ମାନେ ଅଭିଯୋଗ ଉଠାଇବା ସହ ମିଲ୍ ଭଗତରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହେବାକୁ ଯାଉଥିବା ଅଭିଯୋଗ ଉଠାଇଛନ୍ତି ବହୁ ଗ୍ରାମବାସୀ । ସୂଚନା ଫଳକ ସ୍ଥାପିତ ହୋଇ ଶୁଭାରମ୍ଭ ତାରିଖ ଉଲ୍ଲେଖ ହୋଇଛି ସତ କିନ୍ତୁ କାର୍ଯ୍ୟର ଶେଷ ତାରିଖ ଉଲ୍ଲେଖ ନ ଥିବା ବୁଦ୍ଧିଜୀବୀ ମହଲରେ ଭ୍ରକୁଞ୍ଚନ ସ୍ରୁଷ୍ଟି କରିଛି । ଅନୁରୂପ ଭାବେ ୱାର୍ଡ ନଂ ୧୦ ରେ ଥିବା ମିଲ'ପୋଖରୀ  ବିନା ଫଳକରେ ·ଲିଛି ପୁନଃ ଉଦ୍ଧାର କାର୍ଯ୍ୟ । ଫଳକ ଅଛି କିନ୍ତୁ ସୂଚନା ପ୍ରକାଶ ହୋଇନାହିଁ ।  ଏଥିପ୍ରତି ନଗରଉନ୍ନୟନ ବିଭାଗ, ପୌର ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।