ଟିପିଏନଓଡିଏଲ ପକ୍ଷରୁ ଏଲ୍ଟି ଏଫ୍ଏଲ୍ସି ପ୍ରଯୁକ୍ତିର ଶୁଭାରମ୍ଭ 

 ବାଲେଶ୍ୱର : ବିଦୁ୍ୟତ୍ ବିତରଣ ବିଶ୍ୱସନୀୟତା ଏବଂ କେବୁଲ୍ ତ୍ରୁଟି ନିଦାନ ପାଇଁ ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ମିଳିତ ଉଦ୍ୟଗ ଟିପି ନର୍ଦନ ଓଡିÿଶା ଡିଷ୍ଟ୍ରିବୁ୍ୟସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଭ୍ରାମ୍ୟମାଣ ଏଲ୍ଟି ଭୂତଳ ବିଦୁ୍ୟତ ତାର ତ୍ରୁଟି ଚିହ୍ନଟ (ଏଫ୍ଏଲ୍ସି) ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ଅତ୍ୟାଧୁନିକ ସମାଧାନ ୧୧ କେଭି ଏବଂ ଏଲଟି ଭୂତଳ ନେଟୱାର୍କ ଗୁଡିକରେ ଦକ୍ଷ କେବୁଲ ପରୀକ୍ଷଣ ଏବଂ ତ୍ରୁଟି ଚିହ୍ନଟକୁ ସହଜ କରିବ । ଅତ୍ୟାଧୁନିକ ତ୍ରୁଟି ଚିହ୍ନଟ ଜ୍ଞାନକୌଶଳରେ ସଜ୍ଜିତ ୩ଟି ଏଲ୍ଟିଏଫ୍ଏଲ୍ସି ପରୀକ୍ଷା ଭ୍ୟାନକୁ ବାଲେଶ୍ୱର ଟିପିଏନ୍ଓଡିଏଲ୍ କର୍ପୋରେଟ୍ କାର୍ଯ୍ୟାଳୟରେ ଟିପିଏନ୍ଓଡିଏଲ୍ର ସିଇଓ ଦ୍ୱିଜଦାସ ବସାକ ଉଦ୍ଘାଟନ କରିଛନ୍ତି । ବାରିପଦା, ଯାଜପୁର ଓ କେନ୍ଦୁଝର ସର୍କଲରେ ଏହି ଭ୍ୟାନ ମୂତୟନ କରାଯାଇ ଟିପିଏନ୍ଓଡିଏଲ୍ର କାର୍ଯ୍ୟକ୍ଷେତ୍ରର ପ୍ରମୁଖ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯିବ । ଟିପିଏନ୍ଓଡିଏଲ୍ ମୁଖ୍ୟତଃ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛି ଯେଉଁଠାରେ ରେଡିୟଲ ଓଭରହେଡ୍ ନେଟୱାର୍କ ଭୂତଳ କେବୁଲ ମାଧ୍ୟମରେ ରେଳ ଲାଇନ ଏବଂ ଜାତୀୟ ରାଜପଥ ଭଳି ଗୁରୁତ୍ୱପୂର୍ଣ୍ଣ ଭିତିିଭୂମିକୁ ଅତିକ୍ରମ କରିଛି । ଏଲଟି ଏଫଏଲସି ସିଷ୍ଟମ ଭୂତଳ କେବୁଲଗୁଡିକରେ ଦ୍ରୁତ ତ୍ରୁଟି ଚିହ୍ନଟ କରିବା, ବିଭ୍ରାଟ ସମୟକୁ ହ୍ରାସ କରିବା ଏବଂ ସେବା ବିଶ୍ୱସନୀୟତାକୁ ଉନ୍ନତ କରିବାରେ ସକ୍ଷମ କରିବ । ଏହି ସଦ୍ୟତମ ସୁବିଧା ୨୦୨୨ ଅଗଷ୍ଟରେ କାର୍ଯ୍ୟକ୍ଷମ ହୋଇଥିବା ଏଚ୍ଟି ଏଫ୍ଏଲ୍ସି ସିଷ୍ଟମ (ସେଂଟ୍ରିକ୍ସ ୨.୦)କୁ ପୂରଣ କରୁଛି । ଯାହାର ପରୀକ୍ଷଣ କ୍ଷମତା ୮୦ କେଭି ପର୍ଯ୍ୟନ୍ତ ରହିଛି । ଏହି ଅବସରରେ ଟିପିଏନ୍ଓଡିଏଲ୍ ସିଇଓ ଦ୍ୱିଜଦାସ ବସାକ କହିଛନ୍ତି ଯେ, ଏହି ଏଲ୍ଟି ଏଫ୍ଏଲ୍ସି ପରୀକ୍ଷା ଭ୍ୟାନର ଶୁଭାରମ୍ଭ ପରିଚାଳନାଗତ ଉକôର୍ଷତା ଏବଂ ଗ୍ରାହକଙ୍କ ସନ୍ତୋଷ ପାଇଁ ପ୍ରଯୁକ୍ତିର ଉପଯୋଗ କରିବା ପାଇଁ ଟିପିଏନ୍ଓଡିଏଲ୍ର ପ୍ରତିବଦ୍ଧତାର ପ୍ରମାଣ କରିଛି । ଏହି ବ୍ୟବସ୍ଥା ତ୍ରୁଟି ସୁଧାରିବା ସମୟକୁ ଯଥେଷ୍ଟ ହ୍ରାସ କରିବ ଏବଂ ଆମ ନେଟୱାର୍କରେ ଅଧିକ ବିଶ୍ୱସନୀୟ ବିଦୁ୍ୟତ ଯୋଗାଣ ସୁନିଶ୍ଚିତ କରିବ । ଉତ୍ତର ଓଡିଶାରେ ବିଦୁ୍ୟତ ବଣ୍ଟନ ଭିତ୍ତିିଭୂମିକୁ ସୁଦୃଡ଼ କରିବ ।