ସାରା ବିଶ୍ୱର ନିବେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଶିଳ୍ପ ସମୃଦ୍ଧ ଭାରତରେ ଓଡିଶା ବିକାଶର ଏକ ପ୍ରମୁଖ କ୍ଷେତ୍ର । ନିବେଶକମାନଙ୍କ ପ୍ରଥମ ପସନ୍ଦ ଭାବେ ପରିଚୟ ହାସଲ କରିଛି । ପ୍ରଗତି ପଥରେ ଆଗେଇ ଚାଲିଛି ଓଡିଶା । ରାଜ୍ୟ ସରକାରଙ୍କ ସହଜ ଶିଳ୍ପନୀତି ନିବେଶକମାନଙ୍କୁ ଆକୃଷ୍ଟ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୂରଦର୍ଶିତା ଓ ପ୍ରଗତିଶୀଳ ଚିନ୍ତାଧାରାକୁ ନେଇ ଓଡିଶାରେ ଆୟୋଜିତ ହେଉଛି ଉକôର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝିଙ୍କ ଦ୍ୱାରା ଏହି ଲୋଗୋ ଉନ୍ମୋଚନ ସମାରେହ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା । ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡିକରେ ବିନିଯୋଗ ପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କୁ ସ୍ୱାଗତ କରାଯାଇଛି ।
ଉକôର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନକ୍ଲେଭର ୨୮ ଓ ୨୯ ଜାନୁୟାରୀ ୨୦୨୫ରେ ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରିତ ହୋଇଛି । ଉକ୍ତ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତି ପରିଡା, ରାଜ୍ୟ ସରକାରଙ୍କ ପ୍ରମୁଖ ମନ୍ତ୍ରୀ ଗଣ, ରାଜ୍ୟର ବରିଷ୍ଠ ଶିଳ୍ପ ପତି, ପ୍ରମୁଖ ଶିଳ୍ପସଙ୍ଗଠନ ତଥା ସମସ୍ତ ୩୦ ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ତାଙ୍କ ଅଭିଭାଷଣରେ ସାରା ବିଶ୍ୱରେ ଓଡିଶାକୁ ଏକ ପ୍ରମୁଖ ପୁଞ୍ଜି ବିନିଯୋଗ ସ୍ଥଳ ଭାବେ ପରିଣତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏହି ଲୋଗୋର ଉନ୍ମୋଚନ ଓଡିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ନିଜର ମତବ୍ୟକ୍ତ କରିଛନ୍ତି ।
ଓଡିଶାର ଦୃତ ଶିଳ୍ପାୟନର ଯାତ୍ରାକୁ ନେଇ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ସୂଚନା ଦେଇ କହିଥିଲେ, ଆମ ଦୂରଦୃଷ୍ଟି ଠାରୁ ଢେର୍ ଆଗରେ ଉକôର୍ଷ ଓଡିଶା । ଆମର ଚେଷ୍ଟା ହେଉଛି ଭବିଷ୍ୟତ ପାଇଁରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ସହ ନୂତନ ସର୍ଜନା, ସ୍ଥାୟିତ୍ୱକୁ ନେଇ ନିବେଶକ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦେବା । ବିଭିନ୍ନ ସ୍ଥାନରେ ଶିଳ୍ପ ଭିତ୍ତିଭୂମି ସୃଷ୍ଟି କରିବାରେ ଜିଲ୍ଲାପାଳମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଶ୍ରୀ ସ୍ୱାଇଁ ସ୍ୱୀକାର କରିବା ସହ ନିଜ ନିଜ ଅଞ୍ଚଳରେଥିବା ଉଦ୍ୟୋଗଗୁଡିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ନିବେଶ ଅନୁକୂଳ ଭିତିଭୂମିର ବିକାଶ କରିବାକୁ ଅନୁରୋଧ କରିଥିଲେ ।
ଇଭେଣ୍ଟର ମୁଖ୍ୟ ଆକର୍ଷଣ ହେଲା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୫ର ଲୋଗୋ ଉନ୍ମୋଚନ । ଯାହା ରାଜ୍ୟରେ, ଶିଳ୍ପାନୁଷ୍ଠାନର ଉନ୍ନତି ସହ ଏକ ବିକଶିତ ଭବିଷ୍ୟତ ଆଡକୁ ଆଗେଇ ଯିବା ପାଇଁ ଓଡିଶାର ସଂକଳ୍ପକୁ ପ୍ରତିପାଦିତ କରିବା । ଉକôର୍ଷ ଓଡ଼ିଶାର ଲୋଗୋ ଉନ୍ମୋଚିତ ହେବା ସହ, ଭାରତର ଔଦ୍ୟୋଗିକ ବିକାଶରେ ରାଜ୍ୟର ଏକ ବଡ ଯୋଗଦାନ ଦେଇଛି ।