ଦୂରଦର୍ଶୀର କ୍ରୀଡା ସମ୍ମାନ

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ମାସିକ ସାମ୍ବାଦ ଭିତ୍ତିକ ପତ୍ରିକା ଦୂରଦର୍ଶୀ ତରଫରୁ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନ ଠାରେ ଚର୍ତୁଦଶ ଦୂରଦର୍ଶୀ କ୍ରୀଡା ସମ୍ମାନ ୨୦୨୪ ଓ  କ୍ରୀଡା ଭିତିଭୂମି କ୍ଷେତ୍ରରେ ଓଡିଶାର ସ୍ଥିତି  ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଓଡିଶାର କ୍ରୀଡାର ଉନ୍ନତି ଓ କ୍ରୀଡ଼ାବିତ ତଥା କ୍ରୀଡା ସଂଗଠକ ମାନଙ୍କୁ ସମ୍ମାନ ଓ ପ୍ରୋସôାହକଙ୍କୁ ସମ୍ମାନ, ସମ୍ବର୍ଦ୍ଧନା, ପ୍ରେରଣା, ଉସôାହ ଓ ପ୍ରୋସôାହନ ଯୋଗାଇବା ପାଇଁ ବିଗତ ଚଉଦ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦୂରଦର୍ଶିର ସମ୍ପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାଶ, ଏସଏନଏମ ଗ୍ରୁପର ଏମଡି ପ୍ରବୋଧ ମହାନ୍ତି, ହକି ତାରକା ଅମିତ ରୋହିଦାସ, ଓଡିଶା ଅଥଲେଟିକ ଆସୋସିଏସନ ସଭାପତି ଜି ଶ୍ରୀନିବାସ ପଟ୍ଟନାୟକ, ସିପାକ ଟ୍ରାକେର ସମ୍ପାଦକ ପୃଥ୍ୱୀରାଜ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।  ଦୂରଦର୍ଶୀର ବୁ୍ୟରୋଚିଫ ପ୍ରସନ୍ନ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କ୍ରୀଡାର ବିକାଶ, ଭିତିଭୂମି ତଥା କ୍ରୀଡ଼ାବିତ ମାନଙ୍କୁ ପ୍ରୋସôାହନ ସମ୍ପର୍କରେ ଅତିଥିମାନେ ପ୍ରେରଣା ଦାୟୀ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରି ଦୂରଦର୍ଶୀର ଏହି ମହତ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ ।