ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକ: ୬୧୧୭ କୋଟିର ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୧୯ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକରେ ୬୧୧୭ କୋଟିର ନିବେଶ ହେବାର ଥିବାବେଳେ ୧୭୨୮୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ଜୈବ ଇନ୍ଧନ, ବାୟୋଟେକ୍ନୋଲୋଜି, ଜାହାଜ ନିର୍ମାଣ, ଆଲୁମିନିୟମ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ, ପୋଷାକ ଏବଂ ସବୁଜ ଶକ୍ତି ଉପକରଣ ଆଦି କ୍ଷେତ୍ରର ପ୍ରକଳ୍ପକୁ ଅନୁମୋଦନ ମିଳିଛି । ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ା ଓ ସମ୍ବଲପୁର ସମେତ ଓଡ଼ିଶାର ୧୧ ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।
ବୈଠକରୁ ଜଣାଯାଇଛିଯେ, ଜୈବ ଇନ୍ଧନ ଓ ସବୁଜ ଶକ୍ତି କ୍ଷେତ୍ରରେ ଟ୍ରାନ୍ସପେସିଫିକ୍ ଇଞ୍ଜିନିୟରିଂ କମ୍ପାନୀ ସମ୍ବଲପୁରର ଏକ ବାୟୋକୋଲ କାରଖାନାରେ ୯୦୦ କୋଟି ଟଙ୍କା ବିନିଯୋଗ କରି ୬୩୦ ନିଯୁକ୍ତି ସୃଷ୍ଟି କରିବ । ସାଇ ସୁଧା ମୋଟର୍ସ ପକ୍ଷରୁ ଖୋର୍ଦ୍ଧାରେ ୬୯ କୋଟି ଟଙ୍କାର ସୋଲାର ମଡୁ୍ୟଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ ଫଳରେ ୩୫୦ ନିଯୁକ୍ତି ଦ୍ଭ ୭ ପୃଷ୍ଠାରେ...ସୃଷ୍ଟି ହେବ । ରାୟଗଡ଼ା, ବଲାଙ୍ଗିର ଓ କଳାହାଣ୍ଡିରେ ହାଇସ୍ପିଡ ଡିଜେଲ ଓ ପେଟ୍ରୋଲ ପାଇପଲାଇନ ପାଇଁ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ୮୬୮ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ବ୍ୟତୀତ ଜୋହୋ କର୍ପୋରେସନ୍ ଖୋର୍ଦ୍ଧାରେ ୩୦୬ କୋଟି ଟଙ୍କାର ଡାଟା ସେଣ୍ଟର ସ୍ଥାପନ କରି ୯୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସାପିଜେନ୍ ବାୟୋଲୋଜିକ୍ସ ଖୋର୍ଦ୍ଧା ଅନ୍ତର୍ଗତ ଓଡ଼ିଶା ବାୟୋଟେକ୍ ପାର୍କରେ ୮୫୪ କୋଟି ଟଙ୍କାର ଟିକା ଉତ୍ପାଦନ ୟୁନିଟ୍ ସ୍ଥାପନ ପୂର୍ବକ ୮୫୦ ନିଯୁକ୍ତି ସୃଷ୍ଟି କରିବ । ଏଆରସିଏଲ୍ ଅର୍ଗାନିକ୍ସ ପକ୍ଷରୁ ୫ ଶହ କୋଟି ଟଙ୍କାର ସ୍ପେଶାଲିଟି କେମିକାଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୭୨୫ ନିଯୁକ୍ତି ସୃଷ୍ଟି କରିବ । ଏତଦବ୍ୟତୀତ ଆରସିସି ଲାବୋରେଟୋରିଜ୍ ଇଣ୍ଡିଆ ପକ୍ଷରୁ ଖୋର୍ଦ୍ଧାର ପ୍ରି-କ୍ଲିନିକାଲ ଟେଷ୍ଟିଂ ଏବଂ ପ୍ରାଣୀ ପ୍ରଜଜନ କେନ୍ଦ୍ରରେ ୫୫ କୋଟି ଟଙ୍କା ନିବେଶ କରାଯିବ । ଅପରପକ୍ଷରେ ନେଜୋନ୍ ଷ୍ଟିଲ୍ସ ଉକôଳ ଯାଜପୁରରେ ୪୭୦ କୋଟି ଟଙ୍କାର କଲର କୋଟିଂ ସିଟ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ଏହା ଦ୍ୱାରା ୩୪୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ସିଏମ୍ଆର୍ ଆଲୁମିନିୟମ୍ ସମ୍ବଲପୁରରେ ୨୩୪ କୋଟି ଟଙ୍କାର ଲିକ୍ୱିଡ୍ ଆଲୁମିନିୟମ୍ ମିଶ୍ରଧାତୁ ପ୍ଲାଣ୍ଟ ସ୍ଥାପନ କରିବ । ଯାହା ୨ ଶହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କୋରୱାୟାର ସର୍ଫେସ୍ ଟେକ୍ନୋଲୋଜି ଯାଜପୁରରେ ୫୦ କୋଟି ଟଙ୍କାର ଷ୍ଟିଲ୍ ରୋଲ୍ସ ମାନୁଫାକ୍ଚରିଂ ଏବଂ ରିବିଲ୍ଡିଂ ୟୁନିଟ୍ ସ୍ଥାପନ କରି ୮୫ ନିଯୁକ୍ତି ପ୍ରଦାନ କରିବ । ଜଗତସିଂହପୁରର ଏକ ଜାହାଜ ନିର୍ମାଣ ଏବଂ ମରାମତି ୟାର୍ଡ ନିମନ୍ତେ ଚୌଗୁଲେ ଲାଭଗନ୍ ଶିପ୍ ମରାମତି କମ୍ପାନୀକୁ ସୁଯୋଗ ମିଳିଛି । ଏହାଦ୍ୱାରା ୫୫୦ କୋଟି ଟଙ୍କା ବିନିଯୋଗରେ ୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ସିପ୍ ବିଲ୍ଡିଂ ଓ ମରାମତି କ୍ଷେତ୍ରକୁ ପ୍ରୋସôାହନ ମିଳିଛି । ଖୋର୍ଦ୍ଧାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ର ସମ୍ପ୍ରସାରଣ ପାଇଁ ହିନ୍ଦୁସ୍ତାନ କୋକା-କୋଲା ବିଭରେଜ୍ ୫୧୫ କୋଟି ଟଙ୍କା ବିନିଯୋଗ କରିବ । ଏହାଦ୍ୱାରା ୪୪୧ ନିଯୁକ୍ତି ସୃଷ୍ଟି ହେବ । ସେହିପରି ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ (ଇଣ୍ଡିଆ) ଖୋର୍ଦ୍ଧାରେ ୧୦୮ କୋଟି ଟଙ୍କାର ଏକ ୟୁନିଟ୍ ସ୍ଥାପନ କରି ରେଡି-ଟୁ-ଡ୍ରିଙ୍କ୍ ବିଭରେଜ୍, ପର୍ସନାଲ୍ କେୟାର ପ୍ରଡକ୍ଟସ୍, କଣ୍ଡିମେଣ୍ଟସ୍ ଏବଂ ସସ୍ ଉତ୍ପାଦନ ପୂର୍ବକ ୪ ଶହ ନିଯୁକ୍ତି ସୃଷ୍ଟି କରିବ । କଟକରେ ଶ୍ରୀମହାବୀର ଫେରୋ ଆଲଏଜ୍ ୧୧୫ କୋଟି ଟଙ୍କା ବିନିଯୋଗ କରି ୧୨ ଶହ ମେଟ୍ରିକ୍ ଟନ୍ ଫେବ୍ରିକ୍, ୩୦ ଲକ୍ଷ ଟି-ସାର୍ଟ ଏବଂ ୨୨ ଲକ୍ଷ କାଜୁଆଲ୍ ୱିୟର ପ୍ୟାଣ୍ଟ ଉତ୍ପାଦନ କରି ୧୦ ହଜାର ନିଯୁକ୍ତି ସୃଷ୍ଟି କରିଥିବାରୁ ଟେକ୍ସଟାଇଲ୍ ଓ ପୋଷାକ କ୍ଷେତ୍ର କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଆଇରନ୍ ଟ୍ରାଏଙ୍ଗଲ ବଲାଙ୍ଗିରରେ ୧୧୩ କୋଟି ଟଙ୍କା ବିନିଯୋଗ କରି ୧୦ ଲକ୍ଷ ଟାୱେଲ ଏବଂ ୨୦ ଲକ୍ଷ ଏଥନିକ୍ ୱିୟର ପୋଷାକ ଉତ୍ପାଦନ କରି ୧୧୫୦ ନିଯୁକ୍ତି ସୃଷ୍ଟି କରିବ । ସନ୍ୟାମ ଟାଇ ଅପ୍ କମ୍ପାନୀ ଝାରସୁଗୁଡ଼ାରେ ସର୍ଫେସ୍ ପ୍ରୋଟେକ୍ସନ ଫିଲ୍ମସ୍, ଏଲଡିପିଇ ଫିଲ୍ମସ୍, ପିଇ ଲାଇନର୍ସ, ତାର୍ପୋଲିନ୍ ଏବଂ ରିସାଇକ୍ଲିଂ ପାଇଁ ୧୭୫ ନିଯୁକ୍ତି ସହିତ ୧୦୭ କୋଟି ଟଙ୍କାର ଏକ ସୁବିଧା କେନ୍ଦ୍ର ସ୍ଥାପନ କରିବ । ଖୋର୍ଦ୍ଧାର ଏକ ପଞ୍ଚ ତାରକା ହୋଟେଲରେ ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକସନ୍ କମ୍ପାନୀ ୧୩୯ କୋଟି ଟଙ୍କା ବିନିଯୋଗ କରି ୨୫୪ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସୋମାଲୋ ଇକୋ ରିସୋର୍ଟ ଗଞ୍ଜାମରେ ୧୧୦ କୋଟିର ବିଳାସପୂର୍ଣ୍ଣ ଇକୋ-ରିସୋର୍ଟ ବିକଶିତ କରି ୨୧୯ ନିଯୁକ୍ତି ସୃଷ୍ଟି କରିବ । ତବସ୍ୟା ହସ୍ପିଟାଲିଟି ପକ୍ଷରୁ କନ୍ଧମାଳର ଏକ ଇକୋ ରିସୋର୍ଟରେ ୫୨ କୋଟି ଟଙ୍କା ନିବେଶ କରି ୨୫୦ ନିଯୁକ୍ତି ସୃଷ୍ଟି କରିବ ବୋଲି ଜଣାଯାଇଛି ।