କଲେଜ ଛାତରୁ ପଡ଼ି ଅଧ୍ୟାପିକାଙ୍କ ଜୀବନ ଚାଲିଗଲା

ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତରୁ ପଡ଼ି ଚିକିତ୍ସାଧୀନ ଥିବା କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଛି। ମୃତ ଅଧ୍ୟାପିକା ଜଣଙ୍କ ହେଲେ ବର୍ଷା ମିଶ୍ର। ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିଲେ ବର୍ଷା।

ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ବର୍ଷା ଗୁରୁତର ହୋଇଥିଲେ । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।