ଛତୁ ଚାଷ ଦେଉଛି ରୋଜଗାର

ଛତୁ ଚାଷ ଦେଉଛି ରୋଜଗାର

କନ୍ଧମାଳରୁ ପାର୍ଥ ସାରଥୀ ବିଶ୍ୱାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ୭ ନମ୍ବର ୱାର୍ଡ କୁଲିଆକୁଟି ଗାଁର ବୃନ୍ଦାବତୀ କହଁର ଛତୁ ଚାଷ କରି ଆର୍ଥôକ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିଛି । ଫିରିଙ୍ଗିଆ ବ୍ଲକରେ ଧାନ ଚାଷ ଛାଡିଦେଲେ ଅନ୍ୟାନ୍ୟ ଚାଷ ପାଇଁ ସେଭଳି କୌଣସି ଜଳ ସେଚନର ସୁବିଧା ନ ଥିବା ବେଳେ ବର୍ତ୍ତମାନ ଫିରିଙ୍ଗିଆ ବ୍ଲକର ରତଙ୍ଗ, ଜାର୍ଗୀ ପଦର, ପୋଡା ପଡା, ଭଳି ପ୍ରାୟ ଗାଁରେ ପରିବା ଚାଷ କରି ଭଲ ରୋଜଗାର କରୁଛନ୍ତି । ପ୍ରଶାସନର ଚାଷ ପ୍ରତି ବିଭିନ୍ନ ତାଲିମ ପ୍ରଦାନ କରିବା ସହ ଛତୁ, ଗେଣ୍ଡୁ ଫୁଲ, ଡ୍ରାଗନ ଫ୍ରୁଟ, ଷ୍ଟ୍ରବେରୀ ଚାଷ ଭଳି ଚାଷ କରିବାକୁ ଆର୍ଥôକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି । ତେବେ ଗାଁ ଗାଁ ରେ ବିଭିନ୍ନ ଚାଷକୁ ଆପଣଉଥିବା ବେଳେ ଠିକ୍ ଭାବରେ ତାଲିମ ହେଉ ନଥିବାରୁ ଚାଷ କରି ବହୁ କ୍ଷତି ସହିବାକୁ ପଡୁଛି । ବୃନ୍ଦାବତୀଙ୍କ କ୍ଷେତ୍ରରେ ସେ ଗତ ୪ ବର୍ଷ ପୂର୍ବରୁ ଛତୁ ଚାଷ ପାଇଁ ମନ ବୋଳାଇଥିବା ବେଳେ ପ୍ରତିବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଛତୁ ଚାଷ କରୁଛନ୍ତି । ଆଗରୁ କମ୍ ଛତୁ ଚାଷ କରୁଥିବାବେଳେ ଚଳିତ ବର୍ଷ ଭଲ ଛତୁ ଚାଷ ହେବା ସହ ଭଲ ରୋଜଗାର ମଧ୍ୟ ହେଉଥିବା କହିଛନ୍ତି ବୃନ୍ଦାବତୀ । ଯାହା ଚାଷ ହେଉଛି ଫିରିଙ୍ଗିଆ ବଜାରରେ ବୁଲାଇ ବିକ୍ରି କରିଥିବାବେଳେ କେଜି ପ୍ରତି ୧୮୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି । ଏବଂ ପ୍ରତି ୨ ରୁ ୩ ଦିନ ମଧ୍ୟରେ ୯ ରୁ ୧୦ କେଜି ପର୍ଯ୍ୟନ୍ତ ଛତୁ ଅମଳ ହେଉଥିବା କହିଛନ୍ତି ବୃନ୍ଦାବତୀ । ବର୍ତ୍ତମାନ ଧୀଙ୍ଗରି ଛତୁ ଚାଷ କରିଛନ୍ତି ଓ ଖାଉଟି ମଧ୍ୟ ଛତୁ ଭଲ ହୋଇଥିବା ଦେଖି ଖୁସିରେ କିଣୁଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଜଣେ ମହିଳା ହୋଇ ନିଜ ଚେଷ୍ଟାରେ ଛତୁ ଚାଷ କରି ଆର୍ଥôକ ସ୍ୱାବଲମ୍ବୀ ହୋଇ ନିଜ ପରିବାରକୁ ମଧ୍ୟ ଚଳାଇବାରେ ସହାୟକ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।  କେବଳ ଏତିକି ନୁହେଁ ନିଜ ବାଡ଼ିରେ ଅଳ୍ପ ଅଳ୍ପ ପରିବା ମଧ୍ୟ ଚାଷ କରୁଥିବାବେଳେ ଧାନ ଚାଷ ମଧ୍ୟ କରୁଥିବା କହିଛନ୍ତି ବୃନ୍ଦାବତୀ । ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ସହ ବିଭିନ୍ନ ଆବଶ୍ୟକୀୟ ସରଞ୍ଜାମ ଯୋଗାଇଦେଲେ ଅଧିକ ଚାଷ କରି ଭଲ ୨ ପଇସା ରୋଜଗାର ହୋଇ ପାରିବ ବୋଲି ଆଶା ରଖିଛନ୍ତି ବୃନ୍ଦାବତୀ ।