ବିଜେଡିର ସଂଗଠନ କମିଟି ଘୋଷଣା
ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସମସ୍ତ ବ୍ଲକ ଓ ନଗରସ୍ତରୀୟ ସଂଗଠନ କମିଟି ଘୋଷଣ ସହିତ ଆଗାମୀ ଦିନର କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ମାଲକାନଗିରି ବିଜୁ ଜନତା ଦଳର ସମସ୍ତ ଏଆରଓ ଏବଂ ଡିଆରଓଙ୍କ ମାଧ୍ୟମରେ ଏସ୍ଆରଓଙ୍କ ସ୍ୱୀକୃତି ଅନୁଯାୟୀ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ଉପସ୍ଥିତିରେ ୭ଟି ବ୍ଲକ ସଭାପତି ଏବଂ ୨ଟି ନଗର ସଭାପତିଙ୍କ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ସର୍ବ ବିଶୋଇ ମାଲକାନଗିରି ବ୍ଲକ ପାଇଁ ଚୟନ ହୋଇଥିବାବେଳେ ଶଙ୍କର ହାଲଦାର କାଲିମେଳା ବ୍ଲକ, ସି ଏଚ୍ ରାବିଟ ପଡିଆ ବ୍ଲକ, ତ୍ରିଲୋଚନ ଚୌଧୁରୀ କରୁକୋଣ୍ଡା ବ୍ଲକ, ସାଧୁ ହନ୍ତାଳ ଖାଇରପୁଟ, ସଦାଶିବ ପୂଜାରୀ ମାଥିଲି ବ୍ଲକ, ରାମଚନ୍ଦ୍ର ଗଲେଲ ଚିତ୍ରକୋଣ୍ଡା ଏବଂ ପୌରପରିଷଦ ସଭାପତି ହେଲେ ବି . ବାଲାରାଜୁ ଓ ବାଲିମେଳା ଏନ୍ଏସିର ସଭାପତି ରାଜେନ୍ଦ୍ର କୁଳଦୀପ ବୋଲି ଘୋଷଣା ହୋଇଛି । ୭ଟି ବ୍ଲକ ଏବଂ ୨ଟି ନଗରର ୫୦ରୁ ଊର୍ଦ୍ଧ୍ୱ ସକ୍ରିୟ କର୍ମକାର୍ତ୍ତାଙ୍କ ଉପସ୍ଥିତିରେ ସଭାପତିମାନଙ୍କ ନାମ ଘୋଷଣା କରିବା ସହ ସମସ୍ତ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପରେ ଆଗାମୀ ଦିନରେ ସଂଗଠନ ମଜବୁତ୍ କରିବା ପାଇଁ ନୂତନ ଭାବରେ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ଆଗାମୀ ଦିନରେ ପଞ୍ଚାୟତସ୍ତରରେ ବିଜୁ ଜନତା ଦଳ ପହଞ୍ଚô କିପରି ସଂଗଠନକୁ ମଜବୁତ କରିବା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତମୁଠା ଟାଣ କରିବା ସହ ମାଲକାନଗିରି ଜିଲ୍ଲାରେ ବିଜୁ ଜନତା ଦଳ ପୁଣି ସଙ୍ଗଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ବରିଷ୍ଠ ନେତା ଦୁର୍ଗା ତ୍ରିପାଠୀ, ଡିଆରଓ ତଥା ବରିଷ୍ଠନେତା ଘନଶ୍ୟାମ ମାଡକାମୀ, ମହିଳାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ପୌରପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ, ଜିଲ୍ଲାପରିଷଦ ସଭ୍ୟ ହୀରଣ୍ୟ ମୁଦୁଲି, ମେକା ସରପଞ୍ଚ ରଞ୍ଜିତା ପୂଜାରୀ, ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ ଖଇରପୁଟ, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ମାଥିଲି, ଶମ୍ଭୁ ବାକଚି, ପ୍ରଫୁଲ୍ଲ ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟ ନେତୃମଣ୍ଡଳୀ ଓ କର୍ମୀମାନେ ଉପସ୍ଥିତ ଥିଲେ ।