ଯୁକ୍ତ ଦୁଇ ଫଳ : ୮୨.୭୭% ପାସ୍
ପ୍ରକାଶ ପାଇଛି ଯୁକ୍ତ ଦୁଇ ରେଜଲ୍ଟ । ଏଥର ସବୁ ଷ୍ଟ୍ରିମ୍ରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଆଗୁଆ ରହିଛନ୍ତି । ଆଜି ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୨.୭୭% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୭୭.୮୮% ଏବଂ ଛାତ୍ରୀଙ୍କ ପାସ୍ ହାର ୮୭.୨୪% ରହିଛି । ବିଜ୍ଞାନରେ ପାସ୍ ହାର ୮୭.୪୯% ଥିବା ବେଳେ କଳାରେ ୮୦.୫୧%, ବାଣିଜ୍ୟରେ ୮୩.୨% ଏବଂ ଧନ୍ଦାମୂଳକ ଶିକ୍ଷାରେ ୬୦.୫୭% ରେଜଲ୍ଟ ହୋଇଛି । ଛାତ୍ରଛାତ୍ରୀଙ୍କୁ ଙ୍ଗଙ୍ଗଙ୍ଗ.କ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ ଏବଂ ଙ୍ଗଙ୍ଗଙ୍ଗ.କ୍ସରଗ୍ଦଙ୍କକ୍ଷଗ୍ଧଗ୍ଦ.ୟସଶସକ୍ଷକ୍ଟମଳରକ୍ସ.ଶକ୍ଟଙ୍ଖ.ସଦ୍ଭ ୱେବସାଇଟରୁ ନିଜ ପରୀକ୍ଷା ଫଳ ସଂଗ୍ରହ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଉଭୟ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ବର୍ଗରେ ମୋଟ୍ ୩ ଲକ୍ଷ ୮୨ ହଜାର ୭୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । ଏଥିମଧ୍ୟରୁ ୧ ଲକ୍ଷ ୪୨ ହଜାର ୫୧୨ ଜଣ ଛାତ୍ର ପାସ୍ ହୋଇଥିବା ବେଳେ ୧ ଲକ୍ଷ ୭୪ ହଜାର ୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି । ସେହିପରି ପ୍ରଥମ ଶ୍ରେଣୀରେ ୧ ଲକ୍ଷ ୧ ହଜାର ୯୧୪ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୬୭ ହଜାର ୮୧୫ ଜଣ ଓ ତୃତୀୟ ଶ୍ରେଣୀରେ ୧ ଲକ୍ଷ ୪୩ ହଜାର ୩୩୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାସହ ଆଂଶିକ ବର୍ଗ ବା କମ୍ପାର୍ଟମେଣ୍ଟାଲରେ ୩ ହଜାର ୭୧୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ୧ ଲକ୍ଷ ୯୬ ହଜାର ୧୭୧ ଜଣ ପିଲା ଥିବା ବେଳେ ବିଜ୍ଞାନରେ ୯୯ ହଜାର ୭୨୪, ବାଣିଜ୍ୟରେ ୨୦ ହଜାର ୮୯୨ ଓ ଧନ୍ଦାମୂଳକ ଶିକ୍ଷାରେ ୩ ହଜାର ୩୭୫ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । କଳାରେ ବରଗଡ଼ ଜିଲ୍ଲାରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ୮୭.୬୦%ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୬୮.୧୩% ରହିଛି । ପୂର୍ବବର୍ଷମାନଙ୍କ ଭଳି ଏଥର ମଧ୍ୟ ବିଜ୍ଞାନରେ ନୟାଗଡ଼ ଜିଲ୍ଲା ୯୭.୫୮%ରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ୭୧.୮୫% ରହିଛି । ବାଣିଜ୍ୟରେ ନୟାଗଡ଼ ଜିଲ୍ଲା ୯୩.୭୧%ରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବନିମ୍ନ ୬୯.୧୯% ଉତ୍ତୀର୍ଣ୍ଣ ହାର ରହିଛି । ଧନ୍ଦାମୂଳକ ଶିକ୍ଷାରେ ବାଲେଶ୍ୱର ଜିଲ୍ଲା ୮୩.୮୩%ରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍ବନିମ୍ନ ରହିଛି । ଏ ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଚଳିତବର୍ଷର ପରୀକ୍ଷା ଫଳ ସମ୍ପର୍କରେ ଖୁସିବ୍ୟକ୍ତ କରିବା ସହ ପିଲାମାନଙ୍କର ସଫଳ ଭବିଷ୍ୟତର କାମନା କରିଛନ୍ତି । ଚଳିତ ବର୍ଷ ଉକ୍ରୃୃଷ୍ଟ ପରୀକ୍ଷା ଫଳ ହୋଇଥିବା ସେ ସୂଚନା ଦେଇଛନ୍ତି । ପରୀକ୍ଷା ଫଳ ଘୋଷଣା ଅବସରରେ ମନ୍ତ୍ରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଲିନୀ ପଣ୍ଡିତ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳକାନ୍ତି ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ରଘୁରାମ୍ ଆର୍ ଆୟର, ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଶୁଭ୍ରାବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ଡ ପ୍ରଶାନ୍ତ କୁମାର ପରିଡ଼ା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାନୁସାରେ, ପରୀକ୍ଷା ଫଳ, ମାର୍କସିଟ୍ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ଦ୍ୱନ୍ଦ୍ୱ ଉପୁଜିଲେ ସହାୟତା ନମ୍ବର ୦୬୭୪-୨୩୦୦୯୦୭ରେ ଛାତ୍ରଛାତ୍ରୀ ସମ୍ପର୍କ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଖାତା ରିଚେକିଂ ପାଇଁ ଆସନ୍ତା ୭ ଦିନ ମଧ୍ୟରେ ତାରିଖ ଘୋଷଣା କରାଯିବାକୁ ଥିବା ବେଳେ www.results.odisha.gov.in Gaõ www.results.digilocker.gov.in ୱେବସାଇଟ୍ ମାଧ୍ୟମରେ ରୋଲ୍ ନମ୍ବର ଓ ପଞ୍ଜୀକରଣ ନମ୍ବର ଦେଇ ମାର୍କସିଟ୍ ଡାଉନଲୋଡ୍ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।