ଅକ୍ସଫୋର୍ଡ ଇଂରାଜୀ ମିଡିୟମର ବାର୍ଷିକୋତ୍ସବ
ରାଜକନିକା: ରାଜକନିକା ବ୍ଲକ୍ର ଅଗ୍ରଣୀ ଇଂରାଜୀ ବିଦ୍ୟାଳୟ ଭାବେ ଜଣାଶୁଣା ଓଳାଭର ସ୍ଥିତ ଅକ୍ସଫୋର୍ଡ ଇଙ୍ଗିଲିସ ମିଡିୟମ ସ୍କୁଲର ୨୨ତମ ବାର୍ଷିକୋତ୍ସବ ନିଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ମିସ୍ ଡଲିଙ୍କ ତତ୍ୱାବଧାନରେ ଓ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ସଂସଦ ଉପସଭାପତି ତଥା ଶିକ୍ଷାବିତ ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ ବଂଶୀଧର ରାଉତ ଓ ସମ୍ମାନିତ ଅତିଥି ଭାବେ ରାଜକନିକା ମଣ୍ଡଳ ଶିକ୍ଷାଧିକାରୀ ନଳିନୀ ରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ଏହି ସ୍କୁଲ ଜିଲ୍ଲାରେ ତାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍କୁଲ ପରିଚାଳନା କମିଟି ସଭାପତି ସୁଦର୍ଶନ ଦାସ, ବରିଷ୍ଠ ସଭ୍ୟ ଗଦାଧର ଦାସ, ଶିକ୍ଷକ ଅଜୟ ନାଥ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଗୋଲୋକ ବିହାରୀ ମଲ୍ଲିକ ଓ ପ୍ରାକ୍ତନ ସୈନିକ ଅକ୍ଷୟ ନାଥ ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସ୍କୁଲ ପ୍ରତିଷ୍ଠାତା ଦିବଂଗତ ଶିକ୍ଷାବିତ୍ ଉଦୟ ନାଥ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଉତ୍ସବରେ ସ୍କୁଲ ଅଧ୍ୟକ୍ଷା ମିସ ଡଲି ବାର୍ଷିକ ବିବରଣୀ ପାଠ କରିଥିବାବେଳେ, ଶିକ୍ଷକ ରଶ୍ମୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଗୟାଧର ନାଥଙ୍କ ନିଦେ୍ର୍ଦଶନା ଏବଂ ଡ. ଡମ୍ବରୁଧର ତରେଇଙ୍କ ରଚନାରେ ଏକ ଓଡ଼ିଆ ଓ ଇଂରାଜୀ ନାଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । କ୍ରୀଡା ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଶରତ ଜେନା, ସବିତା ପୃଷ୍ଟି, ମିନତୀ ବାଇ, ପ୍ରିୟଦର୍ଶିନୀ ରାଉତ, ସୋନାଲି ବେହେରା, ସୁଚିସ୍ମିତା ପୃଷ୍ଟି, ଯଶସ୍ୱିନୀ ସାହୁ, ମାନସୀ ସାହୁ ପ୍ରମୁଖ ସହଯୋଗ କରିଥିଲେ ।