ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା
ବୈତରଣୀ ରୋଡ: ଶନିବାର କୋରେଇ ବ୍ଳକ ଅନ୍ତର୍ଗତ ଗୌରପୁର ଗ୍ରାମର ଗୋଡ଼ିପାଟଣା ସାହିରେ ଅଗ୍ନିକାଣ୍ଡ ଘଟି ୪ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଗ୍ରାମର ସାନ୍ତନୁ ପାତ୍ର, ସନାତନ ପାତ୍ର, ଚନ୍ଦନ ପାତ୍ର ଓ ମନୋରଂଜନ ପାତ୍ରଙ୍କ ଘରେ ନିଆଁ ଲାଗି ୪ ବଖରା ସହ ଘରର ସମସ୍ତ ଆସବାବପାତ୍ର ଧାନ, ଚାଉଳ, ଟଙ୍କା ଓ ସୁନା ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି । ଖବରପାଇ ବୈତରଣୀ ରୋଡ ଦମକଳ ବାହିନୀ ଘଟଣା ସ୍ତଳରେ ପହଁଚିଥିଲେ ମଧ୍ୟ ଘର ସମ୍ପୂର୍ଣ୍ଣ ପୋଡିଯାଇଥିଲା । ସୂଚନା ଥାଉକି ଆଜି ମଧ୍ୟାହ୍ନ ୧ଟା ବେଳେ ହଠାତ୍ ସାନ୍ତନୁଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ଗତି ଏତେ ଖିପ୍ରଥିଲା ଯେ ଚାହୁଁଚାହୁଁ ସନାତନ, ଚନ୍ଦନ ଓ ମନୋରଂଜନଙ୍କ ଘରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ନିଅାଁକୁ ଆୟତ କରିବାକୁ ଚେଷ୍ଠା କରି ବିଫଳ ହୋଇଥିଲେ । ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ବିଦୁ୍ୟତ ସଟ୍ସର୍କିଟିରୁ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଖବରପାଇ ସ୍ଥାନୀୟ ସରପଂଚ ସତ୍ୟାନନ୍ଦ ମହାପାତ୍ର ବିପନ୍ନଙ୍କ ପାଖରେ ପହଁଚି ସୁଖିଲାଖାଦ୍ୟ ପ୍ରଦାନ କରିଥିବା ବେଳେ ବିପନ୍ନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଜାଇ ଦେବାକୁ ଦାବି କରିଛନ୍ତି ।