ଏନ୍ଏମ୍ଏମ୍ଏସ୍ ଛାତ୍ରଙ୍କୁ ସମ୍ବର୍ଦ୍ଧନା

 ନକ୍ଷତ୍ର ମାଳିନୀ ସରକାରୀ ଉଚ୍ଚ ବିଦ୍ୟାଳୟ ଦେବିଲ ଗ୍ରାମରେ ଜାତୀୟ ଆୟ ଭିତିକ ମେଧାବ୍ରୁତି ପରୀକ୍ଷାରେ ସଫଳତା ପାଇଥିବା ଅଷ୍ଟମ ଶ୍ରେଣୀର ଦୁଇ ଛାତ୍ର ପ୍ରତୀକ ବିଶ୍ୱାଳ ଓ ଆଦିତ୍ୟ ରାଜ ମୁର୍ମୁଙ୍କୁ  ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଚରଣ ଜେନା ସଭାପତିତ୍ୱ କରିଥିଲା ବେଳେ ଅତିଥି ଭାବେ ଆଂଚଳିକ ପଂଚାୟତ ମହାବିଦ୍ୟାଳୟଅଧ୍ୟାପକ ସୁକାନ୍ତ କୁମାର ବିଶ୍ୱାଳ ଓ ଡ଼,ପର୍ଶୁରାମ ବିଶ୍ୱାଳ ଯୋଗ ଦେଇଛାତ୍ରଛାତ୍ରୀ ନିଷ୍ଠାର ସହିତ ଅଧ୍ୟୟନ ଜାରି ରଖିଲେ ସବୁ କ୍ଷେତ୍ରରେ ସଫଳତା ହାସଲ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏସଏମସି ଅଧ୍ୟକ୍ଷ ଲୋକନାଥେଶ୍ୱର ବିଶ୍ୱାଳ ଛାତ୍ରଦ୍ୱୟଙ୍କ ଏହି ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ନଟବର ବେହେରା, ଦେବବ୍ରତ ବିଶ୍ୱାଳ, ଶିକ୍ଷକ ପୀତାମ୍ବର ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ, ସୁରେଶ ମାଝୀ, ସୁଲୋଚନା ଜେନା, ଭୂଟା ମୁର୍ମୁ, ସୁଶାନ୍ତ ଭଞ୍ଜ, ରାଜକିଶୋର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।