ନୂତନ ନିଯୁକ୍ତ  ପୋଲିଂ ପାର୍ଟିଙ୍କୁ ତାଲିମ ପ୍ରଦାନ

ଯାଜପୁର :  ନୂତନ ଭାବେ ନିଯୁକ୍ତ ପୁଲିଂ ପାର୍ଟିଙ୍କୁ ସୂଚକ ତତ୍ତ୍ୱ ଏବଂ ପ୍ରୟୋଗାତ୍ମକର ସୁବିସ୍ତୃତ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ତାଲିମ କାର୍ଯ୍ୟକ୍ରମରେ ପ୍ରିଜାଇଡିଂ ଅଫିସର, ଫାଷ୍ଟ ପୋଲିଂ, ସେକେଣ୍ଡ ପୋଲିଂ, ଥାର୍ଡ ପୋଲିଂ, ଫୋର୍ଥ ପୋଲିଂ ଏବଂ ଫିପ୍ଥ ପୋଲିଂ ଅପିଂସରମାନେ ଯୋଗ ଦେଇଥିଲେ । ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ତଥା ରିଟର୍ଣ୍ଣିଂ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ଦିବସୀୟ ବ୍ୟାପୀ  ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇଥିଲେ । ସମସ୍ତ ପ୍ରିଜାଇଡିଂ ଅଫିସର ସେମାନଙ୍କ ଟିମ୍ର ୫ ଜଣ ପୋଲିଂ ଅଫିସର ଏବଂ ଏକ ଜଣ ପୁଲିସ କର୍ମଚାରୀ ମିଶି ଏକ ହ୍ୱାଟସପ୍ ଗ୍ରୁପ କରିବା ପାଇଁ କୁହାଯାଇଛି, ଯାହା ଫଳରେ ସେମାନଙ୍କ ଡିସ୍ପର୍ଶାଲ ଦିନ ଯୋଗାଯୋଗରେ ସମନ୍ୱୟ ରଖିପାରିବେ । ପ୍ରତ୍ୟେକ  ପୋଲିଂ ପାର୍ଟିକୁ  ଗୋଟି ଇଭିଏମ୍ ମେସିନ୍ (ବାଲାଲ ୟୁନିଟ୍, କଣ୍ଟ୍ରୋଲ ୟୁନିଟ୍ ଏବଂ ଭିଭିପାର୍ଟ) ପୃଥକ ଭାବେ ବିଧାନସଭା ଓ ଲୋକସଭା ପାଇଁ  ଦିଆଯିବ । ପୋଲିଂ ପାର୍ଟି ଡିସ୍ପର୍ଶାଲ କେନ୍ଦ୍ରରୁ ଯିବା ସମୟରେ ଚେକ୍ ଲିଷ୍ଟ ଅନୁଯାୟୀ ସମସ୍ତ ମାଟେରିଆଲ ଚେକ୍ କରି ନେବେ । ବାଟରେ କୌଣସି ସ୍ଥାନରେ ରହି ରିଫ୍ରେସମେଣ୍ଟ ନେବେନାହିଁ ଏବଂ ପ୍ରଦତ ରୁଟ୍ ଚାଟ୍ ଅନୁଯାୟୀ ପୋଲିଂ କେନ୍ଦ୍ରରେ ପହଞ୍ଚିବେ । ପୋଲିଂ କେନ୍ଦ୍ର ଠାରୁ ୨୦୦ ମିଟର ଦୂରତା ମଧ୍ୟରେ କୌଣସି ପ୍ରାର୍ଥୀ ମାନଙ୍କ ପଟୋ ଲଗାଯାଇପାରିବ ନାହିଁ । ପ୍ରିଜାଇଡିଂ ଅଫିସରମାନେ ବୁଥ୍ରେ ପହଞ୍ଚିବା ପରେ ଭୋଟ ଦାନ ନିମନ୍ତେ ୨ଗୋଟି କମ୍ପାର୍ଟମେଣ୍ଟ ମତଦାନ ଅଧିକାର କ୍ଷୂର୍ଣ୍ଣ ହେଉ ନଥିବା ସ୍ଥାନରେ ପ୍ରସ୍ତୁତ କରିବେ । ଚତୁର୍ଥ ପୋଲିଂ ଅଫିସରଙ୍କ ନିକଟରେ ବିଧାନସଭା କଣ୍ଟ୍ରୋଲ ୟୁନିଟ୍ ଓ ପଞ୍ଚମ ପୋଲିଂ ଅଫିସରଙ୍କ ନିକଟରେ ଲୋକସଭା କଣ୍ଟ୍ରୋଲ ୟୁନିଟ୍ ରହିବ । ପ୍ରିଜାଇଡିଂ ଅଫିସର ମତଦାନ କକ୍ଷରେ ସମସ୍ତ ମତଦାନ କାର୍ଯ୍ୟକ୍ରମ ସୁପରିଚାଳନା କରୁଥିବା ସ୍ଥାନରେ ବସିବେ । ପ୍ରତ୍ୟେକ ଭୋଟର ଭୋଟଦାନ ନିମନ୍ତେ ସେମାନଙ୍କ ଭୋଟର ପରିଚୟପତ୍ର, ଆଧାର କାର୍ଡ, ପାନ୍ କାର୍ଡ, ବ୍ୟାଙ୍କ କିମ୍ୱା ଡାକଘରର ଫଟୋ ଲାଗିଥିବା ପାଶ୍ ବୁକ୍, ଡ୍ରାଇଭିଂ ଲାଇସେନ୍ସ, ମନରେଗା ଜବ୍ କାର୍ଡ, ପାସ୍ପୋର୍ଟ, ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଫଟୋ ଲାଗିଥିବା ପେନ୍ସନ୍ କାଗଜାତ, ଫଟୋ ଲାଗିଥିବା କର୍ମଚାରୀ ପ୍ରମାଣପତ୍ର (ରାଜ୍ୟ ସରକାର, କେନ୍ଦ୍ର ସରକାର, ଅର୍ଦ୍ଧସରକାରୀ ପବ୍ଳ୍ିକ ଲିମିଟେଡ ସଂସ୍ଥା, ଲୋକସଭା ଓ ବିଧାନସଭା ସଦସ୍ୟ ମାନଙ୍କୁ ମିଳିଥିବା ପରିଚୟ ପତ୍ର, ୟୁଡିଆଇବି କାର୍ଡ ଆଦି ୧୨ ଗୋଟି ପ୍ରମାଣ ପତ୍ର ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରମାଣ ପତ୍ର ଦେଖାଇ ମତଦାନ ସାବ୍ୟସ୍ତ କରିପାରିବେ । ପ୍ରିଜାଇଡିଂ ଅଫିସରମାନେ ମତଦାନ କକ୍ଷରେ ସକାଳ ଘ.୫.୩୦ ମିନିଟ୍ରୁ ଘ.୫.୪୫ ମିନିଟ୍ ମଧ୍ୟରେ ମକ୍ ପୋଲ କରିବେ । ମକ୍ପୋଲରେ ଅନୁ୍ୟନ ୫୦ଗୋଟି ଭୋଟ  ବିଧାନସଭା ଓ ଲୋକସଭା (ପ୍ରତ୍ୟେକ ପାଇଁ) ହେବ । ସେହିପରି ନୋଟା ପାଇଁ ମକ୍ ପୋଲରେ ୧ଗୋଟି ଭୋଟ ବିଧାନସଭା ଓ ଲୋକସଭା (ପ୍ରତ୍ୟେକ ପାଇଁ)ହେବ । ମୁଖ୍ୟ ଭୋଟ ଆରମ୍ଭ ହେବା ପୂର୍ବରୁ  ଆନେକ୍ସଚର-୬ରେ ଘୋଷଣାନାମା କରାଯିବ ।ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଡିଓ, ଦଶରଥପୁର ଆକାଶ ପଟ୍ଟନାୟକ, ବିଡିଓ, ସୁକିନ୍ଦା ଅଭିଷେକ ସ୍ୱାଇଁ, ବିଡିଓ, ବିଞ୍ଝାରପୁର ଦିବେନ୍ଦୁ କୁମାର ଦାସ, ବିଡିଓ, କୋରେଇ ଅଶୋକ କୁମାର ମାଝି, ବିଡିଓ, ଦାନଗଦୀ ସାରଦା ପ୍ରସନ୍ନ ପଣ୍ଡା ଯୋଗଦେଇ ପାୱାର ପଏଣ୍ଟ ଉପକରଣରେ ଥିଓରି ପ୍ରଶିକ୍ଷଣ ଦେଇଥିବା ବେଳେ ଇଭିଏମ୍ର ପ୍ରାକ୍ଟିକାଲ୍ (ପ୍ରୟୋଗାତ୍ମକ) ପ୍ରିଜାଇଡିଂଡ ଓ ପୋଲିଂ ଅଫିସର ମାନଙ୍କୁ ସମସ୍ତ କାର୍ଯ୍ୟ ସଂପାଦନ ନିମନ୍ତେ ତାଲିମ ପ୍ରଦାନ କରିଥିଲେ ।