ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ

ଢେଙ୍କାନାଳ: ଢେଙ୍କାନାଳ ସହର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାହୁଲ୍ ଗାନ୍ଧିଙ୍କର କୁଶ ପୁତ୍ତଳିକା ଦାହ କରାଯାଇଛି । ପ୍ରକାଶ ଯେ, ସଂସଦ ଭବନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀଙ୍କୁ କଂଗ୍ରେସର ନେତା ରାହୁଲ ଗାନ୍ଧି କରିଥିବା ରକ୍ତାକ୍ତ ଆକ୍ରମଣ ଏବଂ ଗୃହମନ୍ତ୍ରୀ  ଅମିତ୍ ଶାହାଙ୍କ ବିରୁଦ୍ଧରେ କରିଥିବା ମିଥ୍ୟାରୋପକୁ ପ୍ରତିବାଦ କରି ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମାଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ପକ୍ଷରୁ ଏହି କୁଶ ପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରାଧକ୍ଷା ଜୟନ୍ତୀ ପାତ୍ର, ସଦର ବ୍ଲକ ଅଧ୍ୟକ୍ଷ କାଳନ୍ଦୀ ବାରିକ, କାଉନ୍ସିଲର ନିରୋଦ କୁମାର ସାହୁ, ମନ୍ତ୍ରୀଙ୍କ ସଦର ବ୍ଲକ୍ ପ୍ରତିନିଧି ଜ୍ଞାନ ରଞ୍ଜନ ନାୟକ, ସାଂସଦଙ୍କ ପୌରାଂଚଳ ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୂର୍ଯ୍ୟ ପ୍ରତାପ ରାଉତ, ଉପସଭାପତି ସୁଚିତ୍ର ବେହେରା, ସମ୍ପାଦକ ଅଭିଷେକ ବେହେରା, ସମ୍ପାଦକ ବାଦଲ ପାତ୍ର, ସନ୍ତୋଷ ବେହେରା, ସନ୍ତୋଷ ମହାକୁଡ଼, ରାକେଶ ବେହେରା, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଷଣ୍ଢ, ନଗର ଯୁବମୋର୍ଚ୍ଚା ସଭାପତି କାନିଷ୍କ ସାମଲ, ନଗର ସଭାପତି ଧୁର୍ବ ଚରଣ ସ୍ୱାଇଁ ଓ ପ୍ରମୁଖ ବିଜେପି ନେତା ଉପସ୍ଥିତ ଥିଲେ ।