ମହିଳାଙ୍କ ଭୂମିକା ଉପରେ ଆଲୋଚନାଚକ୍ର


ବାଣପୁର,: ମଙ୍ଗଳବାର ଦିନ ବାଣପୁରସ୍ଥ ଶୁଭ କଲ୍ୟାଣ ମଣ୍ଡପ ସଭା ଗୃହରେ ଜୈବ ବିବିଧତସ ଓ ତାର ସୁରକ୍ଷାରେ ମହିଳା ମାନଙ୍କ ଭୂମିକା ର୍ଶିଷକ ଏକ ଆଲିଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବରିଷ୍ଠ ସାଂବାଦିକ ନୃସିଂହ ପ୍ରସାଦ ମିଶ୍ର ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବରେି ସିନିୟର ସିଭିଲ ଜଜ ମାନ୍ୟବର ମନୋରଂଜନ ମିଶ୍ର ଓ ଅତିଥି ଭାବରେ ଆଡଭୋକେଟ ପ୍ରମୋଦ ପ୍ରଧାନ ଆଡଭୋକେଟ ଗିରୀଶ ପଟ୍ଟନାୟକ ଓ ଅଧ୍ୟାପକ ଗୋଲୋକ ବିହାରୀ ପରିଡା ଯୋଗ ଦେଇଥଲେ । ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଆଲୋଚନା ଚକ୍ର ସଂପର୍କରେ ଟ୍ରଷ୍ଟର ସଭାପତି ସୁଶ୍ରୀ ସଂନ୍ଧ୍ର୍ୟାଦେବୀ ସୁଚନା ପ୍ରଦାନ କରିଥିଲେୟମୁଖ୍ୟ ଅତିଥି  ଆଇନ ସହାୟତା ଶିବିରର ଉଦେ୍ଦଶ  ଓ ଜେବ ବିବିଧତାର ସୁରକ୍ଷା ମହିଳା ମାନଂକ ଭୂମିକା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଭଗବତୀ କଳାନିକେତନ ପକ୍ଷରୁ ଅନୁଷ୍ଟାନର ଛାତ୍ରୀ ଓଡିଶୀ ନୃତ୍ୟ ପରିବେଷଣ  କରିଥିବା ବେଳେ ତ୍ରିଲୋଚନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।