ସାହାଣୀ କପ ପାଇଁ ଫାଓ ପର୍ଯ୍ୟବେକ୍ଷକଙ୍କ ପରିଦର୍ଶନ 

 ରାଜକନିକା:  ଏହି ମାସ ୧୬ ତାରିଖ ରାଜକନିକା ଠାରେ ୬୪ ତମ ସିନିଅର ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ଫାଓ ପର୍ଯ୍ୟବେକ୍ଷକ ମାନେ ରାଜକନିକା ଗସ୍ତ କରି କ୍ଷେତ୍ର ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ପର୍ଯ୍ୟବେକ୍ଷକମାନେ ରାଜକନିକା ଆଥେଲେଟିକ ଆସୋସିଏସନ ସଭା ଗୃହରେ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ ଟୁର୍ଣ୍ଣାମେଣ୍ଟକୁ କିପରି ସଫଳ କରାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଫାଓ ପକ୍ଷରୁ ସହଦେବ ରାଉତ, ରମେଶ ଚନ୍ଦ୍ର ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲି, ରାଜକନିକା ଆଥେଲେଟିକ ଆସୋସିଏସନ ଉପସଭାପତି କପିଳେନ୍ଦ୍ର ମଲ୍ଲିକ, ଯୁଗ୍ମ ସମ୍ପାଦକ ଡ. ଫକୀର ଚନ୍ଦ୍ର ପ୍ରଧାନ ଓ ପ୍ରାଣବନ୍ଧୁ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।