ଶିକ୍ଷକଙ୍କ ମନମାନୀ ବିଇଓଙ୍କ କାରଣ ଦର୍ଶାଅ ନୋଟିସ୍
କେନ୍ଦ୍ରାପଡ଼ା : ଶିକ୍ଷା ବିଭାଗର ନିଦେ୍ର୍ଦଶକୁ ବେଖାତିର କରିବା, ମାର୍ଗଦର୍ଶିକାକୁ ଶିକ୍ଷକ/ଶିକ୍ଷ୍ରିତ୍ରୀମାନେ ନ ମାନିବା ଓ ଅନୁଶାସନକୁ ଅନୁପାଳନ ନ କରିବା ଅଭିଯୋଗରେ ୫ ଜଣ ଶିକ୍ଷକ/ଶିକ୍ଷ୍ରିତ୍ରୀଙ୍କୁ କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷାଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କାରଣ ଦର୍ଶାଅ ନୋଟି ଜାରି ହୋଇଥିବା ଶିକ୍ଷକମାନେ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ୍ ଅଧୀନ ଗୋବିନ୍ଦଜିଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଏସ୍.କେ. ଖତିବ, ସହକାରୀ ଶିକ୍ଷକ ଦାଶରଥୀ ନାୟକ, ସହକାରୀ ଶିକ୍ଷକ ଅଭୟ ମଲ୍ଲିକ, ସହକାରୀ ଶିକ୍ଷକ ସେକ୍ ମହମ୍ମଦ୍ ଅୟାସୁଦ୍ଦିନ ଓ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା ମହ ।ନ୍ତି । ଏହି ନୋଟିସରେ ଉଲ୍ଲେଖ ରହିଛି ଯେ, ଗତ ୬ ତାରିଖରେ ବ୍ଲକ ଶିକ୍ଷାଧିକାରୀ ଏହି ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ସମୟରେ ସେ ଦେଖିବାକୁ ପାଇଥିଲେ ଯେ ଉପରୋକ୍ତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଲେସନ୍ ଡାଏରି, ଲେସନ ନୋଟ୍ ଆଦି ପ୍ରସ୍ତୁତ କରିନାହାଁନ୍ତି । ଶ୍ରେଣୀରେ ପ୍ରବେଶ କରିବା ପୂର୍ବରୁ ଏହି କାର୍ଯ୍ୟ କରିବା କଥା । ହେଲେ ସେମାନେ ଦୀର୍ଘଦିନ ଧରି ଏହି କାର୍ଯ୍ୟ କରି ନାହାଁନ୍ତି । ଶିକ୍ଷାବିଭାଗ ମାର୍ଗଦର୍ଶିକା ଅନୁଯାୟୀ ଏହି ସବୁ କାର୍ଯ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ପ୍ରତିଦିନ କରିବା ବାଧ୍ୟତାମୂଳକ । ହେଲେ ଏହି ମାର୍ଗଦର୍ଶିକାକୁ ଉପରୋକ୍ତ ଶିକ୍ଷକ/ଶିକ୍ଷ୍ରିତ୍ରୀମାନେ ମାନନ୍ତି ନାହିଁକି ଓ ମନ ଅନୁସାରେ କାର୍ଯ୍ୟ କରନ୍ତି । କାର୍ଯ୍ୟରେ ଏଭଳି ଅବହେଳା ସରକାରୀ କର୍ମଚାରୀଙ୍କ ଠାରୁ ଆଶା କରାଯାଇ ନଥାଏ । ସରକାରୀ ମାର୍ଗଦର୍ଶିକାକୁ ଖିଲାପ କରି କାର୍ଯ୍ୟ କରିବା ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଅପ୍ରୀତିକର । ତେଣୁ ସେମାନଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ସେ ନେଇ ୨ ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ରଖିବାକୁ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
