୫ ଦଫା ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଓଡ଼ିଶା ଜୀବିକା ମିଶନ ଇସି ସଂଘର ସଦସ୍ୟମାନଙ୍କ ପକ୍ଷରୁ ପଞ୍ଚାୟତସ୍ତରୀୟ ମହାସଂଘ, ସିଏଲଏଫ, ଜିପିଏଲଏଫ କାର୍ଯ୍ୟ ନିର୍ବାହୀ କମିଟିର ନିର୍ବାଚନ ମାଧ୍ୟମରେ ପୁନଃଗଠନ ନିଦେ୍ର୍ଦଶନାମାକୁ ବନ୍ଦ ରଖିବା ପାଇଁ ଦାବି କରିଛନ୍ତି । ଗୁରୁବାର ଓଡିଶା ଜୀବିକା ମିଶନ ଶକ୍ତିର ସଦସ୍ୟମାନେ ଜିଲ୍ଲା କାର୍ଯ୍ୟାଳୟରେ ଉପସ୍ଥିତ ହୋଇ ୫ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଦାବିପତ୍ରରେ ପୂର୍ବରୁ କରିଥିବା ଅଭିଯୋଗ ଅନୁସାରେ ଡିପିଏମ/ଡିପିସି ଏବଂ ବିପିଏମ ଏବଂ ବିପିସି ସ୍ତରରେ ହୋଇଥିବା ଶହ ଶହ କୋଟି ଟଙ୍କା ଦୁର୍ନୀତିର ତଦନ୍ତ, ଦୁର୍ନୀତି କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ମିଶନ ଶକ୍ତି ଅଧିନସ୍ଥ ଓଡ଼ିଶା ଜୀବିକା ମିଶନର କାର୍ଯ୍ୟନିର୍ବାହୀ ମହିଳାମାନଙ୍କୁ ସିଏଲଏପ, ଜିପିଏଲଏଫ, ଇସି ଭାବେ କାର୍ଯ୍ୟ ସମୟସୀମା ଓ ନୂତନ ନିୟମାବଳୀ ନାମାରେ ବୃଦ୍ଧି କରିବା ସହ ପୁନଃଗଠନ ପ୍ରକ୍ରିୟା ବନ୍ଦ ଆଦି ରହିଛି । ଜିଲ୍ଲାର ସମସ୍ତ ଜିପିଏଲଏଫକୁ ମାତ୍ର ୧୮ ଜଣ ଇସି ସଦସ୍ୟମାନଙ୍କ ଗସ୍ତ ଖର୍ଚ୍ଚ ଆସୁଥିବାବେଳେ ସେ ଅର୍ଥକୁ ପଞ୍ଚାୟତରେ ଥିବା ୩୦/୪୦ ଇସି ସଦସ୍ୟମାନେ ଭାଗ କରିନେଉଛନ୍ତି । ସମସ୍ତ ଇସି ସଦସ୍ୟମାନଙ୍କ ପାଇଁ ଗସ୍ତ ଖର୍ଚ୍ଚ ବ୍ୟବସ୍ଥା କରାଯିବା ଆଦି ଦାବିଗୁଡିକ ରହିଛି । ଏହି ଦାବିପତ୍ର ସହକାରୀ ଜିଲ୍ଲାପାଳ କୁଇନ ଜେନାଙ୍କୁ ପ୍ରଦାନ ସମୟରେ ତୁଳସୀ କ୍ଷେତ୍ରର ଇସି ମହାସଂଘର ସଭାନେତ୍ରୀ ବନିତା ବାରିକ, ସଂପାଦିକା ଉର୍ମିଳା ମହାନ୍ତି, ମମତା ମହାରଣା, ଅର୍ଚ୍ଚନା ନାୟକ, ମମତା ପ୍ରିୟଦର୍ଶିନୀ, ରେଣୁକା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।