ବିରଜା ଜ୍ୟୋତିର ଲୋକାର୍ପଣ ଉସବ
ଯାଜପୁର ଟାଉନ: ହିନ୍ଦୁ ନବବର୍ଷ ଅବସରରେ ବିରଜା ଜ୍ୟୋତି ପରିବାରର ବନ୍ଧୁମିଳନ ଓ ପତ୍ରିକା ଉନ୍ମୋଚନ ଉତ୍ସବ ମା’ବିରଜା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁରର ଐତିହ୍ୟ ସଂସ୍କୃତି ଆଧାରିତ ଏକମାତ୍ର ଗବେଷଣାତ୍ମକ ଷାଣ୍ମାସିକ ସାଂସ୍କୃତିକ ପତ୍ରିକା ବିରଜା ଜ୍ୟୋତିର ସ୍ୱନକ୍ଷତ୍ର ବିଶେଷାଙ୍କ ମା’ବିରଜାଙ୍କ ପଦ କମଳରେ ପୂଜାର୍ଚ୍ଚନା ପରେ ଲୋକାର୍ପିତ ହୋଇଯାଇଛି । ପ୍ରମୋଦ କୁମାର ଦ୍ୱିବେଦୀଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଆରମ୍ଭରେ ପତ୍ରିକାର ସମ୍ପାଦକ ଡ. ଜ୍ଞାନରଞ୍ଜନ ପତି ସ୍ୱାଗତ ଅଭିନନ୍ଦନ ଜ୍ଞାପନ କରିଥିଲେ । ସମ୍ପାଦକୀୟ ବକ୍ତବ୍ୟରେ ବିରଜାଜ୍ୟୋତିର ଆଗାମୀ ରଜତ ଜୟନ୍ତୀ ପାଳନ ପାଇଁ ସମସ୍ତଙ୍କ ମତାମତ ଓ ସହଯୋଗ ଚାହିଁଥିଲେ । ଆରମ୍ଭରେ ଗଦାଧର କୁଣ୍ଡୁ ଗତ୨୦୨୩-୨୦୨୪ବର୍ଷର ଆୟ-ବ୍ୟୟ ବିବରଣୀ ପାଠ କରିଥିଲେ । ପତ୍ରିିକାର ରଜତ ଜୟନ୍ତୀ ଉତ୍ସବକୁ ବର୍ଣ୍ଣାଢ୍ୟ କରିବାକୁ ସମ୍ପାଦକ ମଣ୍ଡଳୀର ସଦସ୍ୟ ବୃନ୍ଦ ମତାମତ ପ୍ରଦାନ କରିଥିଲେ । ଉସôବରେ ବିଶ୍ୱମ୍ଭର ମିଶ୍ରଙ୍କ ସମେତ ନୃସିଂହ ଚରଣ ମହାପାତ୍ର, ଗଦାଧର କୁଣ୍ଡୁ, ବୃନ୍ଦାବନ ମିଶ୍ର, କ୍ଷୀରୋଦ ଚନ୍ଦ୍ର ପାଠୀ, ଆନନ୍ଦ ସାହୁ, ସୁବାସ ଚନ୍ଦ୍ର ମହାପାତ୍ର, ଦାମୋଦର ବେହେରା, ସୁବାସ ପାଣି, ଡ. ହରଶ୍ଚନ୍ଦ୍ର ପଣ୍ଡା ଓ ବିରଜା ପାଣି ଓ ବିରଜା ସଂସ୍କୃତି ପ୍ରେମୀ ବହୁ ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇଥିଲେ ।