ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

 ଯାଜପୁର ଟାଉନ: ଯାଜପୁର ବ୍ଲକ ନାଥସାହି ସ୍ଥିତ ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ବରିଷ୍ଠ ପ୍ରାଧ୍ୟାପକ ବିଜୟ କେତନ ରଥଙ୍କ ସଭାପତିତ୍ୱରେ ସଞ୍ଚାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ବଲ୍ଲଭ ରାଉତରାୟ, ଅଧ୍ୟାପକ ରତିକାନ୍ତ ତି୍ରପାଠୀ, ଜିଲାସଂଯୋଜକ ତଥା ବିରଜା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର.ଗୌର ସୁନ୍ଦର ଦାଶ ଅତିଥି ଭାବେ ଯୋଗଦେଇ ବାଳିକାମାନେ କିପରି ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ନିଜକୁ ସୁରକ୍ଷିତ ହୋଇପାରିବେ ବୁଝାଇଥିଲେ । ସଭାରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ଦାଶ, ଡ.ବିନୋଦ ଚନ୍ଦ୍ର ନାୟକ, ଆଠଗଡ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତାପସ ରୟ, ଜ୍ଞାନଚାନ୍ଦ ଦାସ, ସମାଜସେବୀ ଲଳିତ ମୋହନ ରାୟ ପ୍ରମୁଖ ଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅଧ୍ୟାପକ ରାଜକିଶୋର ପଣ୍ଡା, ଧନଞ୍ଜୟ ମିଶ୍ର, ରମାକାନ୍ତ ନାୟକ, ନିରଞ୍ଜନ ମହାନ୍ତି, ନିତ୍ୟାନନ୍ଦ ଆଏଚ ପ୍ରମୁଖ ସହଯୋଗ କରିଥିଲେ । ଶିବିରକୁ ଅଧ୍ୟାପକ ଜିତେନ୍ଦ୍ର କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଭାଗଶ୍ରୀ ମହାପାତ୍ର ଓ ରେଜିଆ ବେଗମ ପ୍ରଶିକ୍ଷଣ ଦେଇଥିଲେ । ଅଧ୍ୟାପକ ଜିତେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । 
ଦଶରଥପୁର: ମଙ୍ଗଳପୁର ଯୁକ୍ତ ଦୁଇ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ରଶ୍ମି ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଉକôଳିକା ଦାସ ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରଶିକ୍ଷଣ ଶିବିରର ବିବରଣୀ ପ୍ରଦାନ କରିଥିଲେ । ଲାଇବ୍ରେରୀଆନ ସୁଧାଂଶୁ ମୋହନ ଦାସ, କର୍ମଚାରୀ ଗୋପାଳ ଚନ୍ଦ୍ର ବେହେରା, ଉର୍ମିଳା ସାହୁ, ମିନତି ପଲେଇ, ରବିନାରାୟଣ ଦାସ, ଶାନ୍ତନୁ ପଣ୍ଡା ଓ ଶରତ ଚନ୍ଦ୍ର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟାପିକା ଅରୁଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ବାଲିଚନ୍ଦ୍ରପୁର: ସାହସପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ୟାପିତ ହୋଇଯାଇଛି । ପ୍ରାଧ୍ୟାପକ ସରୋଜ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ