ଅଘୋଷିତ ବିଦୁ୍ୟତ କାଟ୍, ବଢ଼ୁଛି ଅସନ୍ତୋଷ

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ପ୍ରତ୍ୟେକ ଦିନ ବାରମ୍ବାର ବିଦୁ୍ୟତ କାଟ ହେଉଥିବାରୁ ଉପଭୋକ୍ତା ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ୍ କାଟ୍ ହେଉଛି । ଟାଟା ପାୱାର ବିଦୁ୍ୟତ୍ ସେବା ହାତକୁ ନେବା ପରେ ଏଭଳି ସମସ୍ୟା ଦେଖାଦେଉଛି ।  ବିଭିନ୍ନ ସମୟରେ ଗ୍ରାହକମାନଙ୍କୁ କୌଣସି ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ ସେବାକୁ ବନ୍ଦ କରି ଦିଆଯାଉଛି  । ଯାହା ଫଳରେ ଲୋକେ ବିଦୁ୍ୟତ୍ ସେବା ପାଇବାରେ ସମସ୍ୟା ଉପୁଜୁଛି ।
ମ.ରାମପୁର ଅଞ୍ଚଳରେ ପ୍ରାୟତଃ ବିଦୁ୍ୟତ୍ କାଟ୍ ଏକ ନିତିଦିନଆ ଘଟଣା ହୋଇଗଲାଣି । କମ୍ପାନୀ ପରେ କମ୍ପାନୀ ବଦଳୁଛି  । ହେଲେ ଉପଭୋକ୍ତାଙ୍କ ଦୁଃଖ ଦୁର ହେବା ତ ଦୂରର କଥା ତା ପରିବର୍ତ୍ତେ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ କିଛି ଦିନ ହେଲା ସକାଳ ଆଠ ଟାରୁ ପ୍ରାୟ ଏଗାର ଯାଏଁ ବିଦୁ୍ୟତ୍ ସେବା ବନ୍ଦ ରହୁଛି । ବାରମ୍ବାର ବିଦୁ୍ୟତ କାଟ ଯୋଗୁଁ ବିଶେଷ କରି ବଡ ବଡ ବ୍ୟବସାୟୀ ମାନଙ୍କୁ  ଅନେକ କ୍ଷତି ସହିବାକୁ ପଡୁଛି । ଏହି ଅଞ୍ଚଳରେ ଅନେକ ସରକାରଙ୍କ ଏମ ଏସ ଏମ ଇ ଅନ୍ତର୍ଭୁକ୍ତ ଅନେକ ଉଦ୍ୟୋଗ ରହିଛି । ଉଦ୍ୟୋଗୀ ମାନେ କର୍ମଚାରୀଙ୍କୁ କାମ ନକରି ମଧ୍ୟ ଦରମା ଦେବାକୁ ପଡୁଛି । ସରକାର ଉଦ୍ୟୋଗୀ ମାନଙ୍କୁ ସ୍ୱତନ୍ତ୍ର ବିଦୁ୍ୟତ ଯୋଗେଇଦେବା ପାଇଁ ମଧ୍ୟ  ନିଦେ୍ର୍ଦଶ ରହିଛି । ହେଲେ ଏଠି ଟାଟା କମ୍ପାନୀ ନେଲା ପରେ ତାର ମନମାନି ଯୋଗୁଁ ବ୍ୟବସାୟୀ କ୍ଷତି ସହୁଛି । ତା ସହିତ ସକାଳୁଆ ଅଫିସ ଥିବାରୁ ଅଫିସ କାର୍ଯ୍ୟରେ ମଧ୍ୟ ବାଧା ଉପୁଜୁଛି । ବିନା ସୂଚନାରେ ଘଣ୍ଟା ଘଣ୍ଟା ଧରି ବିଦୁ୍ୟତ୍ ସଂଯୋଗ ବିଛିନ୍ନ ସାଙ୍ଗକୁ ଖୁଣ୍ଟ, ତାର ଓ ଅନ୍ୟାନ୍ୟ ମରାମତି କରିବା ଆଳରେ ଦିନ ଦିନ ବ୍ୟାପି ବିଦୁ୍ୟତ୍ ସରବରାହ ବନ୍ଦ ରହୁଛି । ଗ୍ରାହକମାନେ ଟଙ୍କା ଦେଇ ବିଦୁ୍ୟତ ସେବା ପାଉଛନ୍ତି । ଠିକ୍ ସମୟରେ ବିଦୁ୍ୟତ୍ ବିଲ୍ ପୈଠ କରାନଗଲେ ଗ୍ରାହକଙ୍କ ଠାରୁ ଫାଇନ କଟାଯାଉଛି । ହେଲେ ବିଦୁ୍ୟତ୍ ସେବା ମଧ୍ୟ ସେହିଭଳି ଦେବାକୁ ଗ୍ରାହକ ଦାବି କରୁଛନ୍ତି । ଏ ସମ୍ପର୍କରେ ବିଭାଗୀୟ କର୍ମଚାରୀମାନଙ୍କୁ ଜଣାଇଲେ ସୁଦ୍ଧା ଆମ ହାତରେ କିଛି ନାହିଁ ଏସବୁ ଟାଟା ପାୱାର କମ୍ପାନୀର କାମ ଆମେ କଣ କରିବୁ ବୋଲି ଉତ୍ତର ମିଳୁଛି । ନିମ୍ନ ମାନର ବିଦୁ୍ୟତ ଉପକରଣ ଯୋଗାଇବା ଯୋଗୁଁ ବାରମ୍ବାର ବିଦୁ୍ୟତ ବିଭ୍ରାଟ ହେଉଥିବା କେତେକ କର୍ମଚାରୀ କହିଛନ୍ତି । ଏଣୁଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି ହେଉଛି ।