ଓରମାସ୍ ରାକ୍ଷୀ ଷ୍ଟଲ୍ ଉଦ୍ଘାଟନ କଲେ ଜିଲ୍ଲାପାଳ

 ବୌଦ୍ଧ : ବୌଦ୍ଧ ସହର ମର୍ଜାକୁଦ୍ ବ୍ରିଜ ଛକରେ ଓରମାସ୍ ପକ୍ଷରୁ ଏକ ଅସ୍ଥାୟୀ ରାକ୍ଷୀ ଷ୍ଟଲ ଖୋଲାଯାଇଛି । ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ଷ୍ଟଲକୁ ଉଦ୍ଘାଟନ କରିଛନ୍ତି । ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ହାତ ନିର୍ମିତ ରାକ୍ଷୀ ଏହି ଷ୍ଟଲରେ ଉପଲବ୍ଧ ରହିଛି । ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତଥା ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ମୁଖ୍ୟ ନିର୍ବାହୀ ଅଧିକାରୀ ଓରମାସ୍ ପ୍ରବୀଣ କୁମାର ଝା ଏବଂ ଓରମାସର ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।