ରଥ ଉପରୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ପବିତ୍ର ଆଷାଢ଼ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥୀରେ ରଥ ଉପରୁ ଆଜି ଅଗଣିତ ଭକ୍ତଙ୍କୁ ଜଗତର ନାଥ ଜଗନ୍ନାଥ ସୁନାବେଶରେ ଦର୍ଶନ ଦେଇଛନ୍ତି । ଦେବୋତର ବିଭଗୀୟ ମୁଖ୍ୟ ନିର୍ବାହୀ ଅଧିକାରୀ ଉପଜିଲ୍ଲାପାଳ ଫଗାଲ୍ଗୁନୀ ମାଝୀଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ସାନଭାଇ ମହାପ୍ରଭୁ ଜଗନ୍ନାଥ ସୁନା ଏବଂ ରୂପା ଅଳଙ୍କାରରେ ଝଟକି ଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦେଶରେ ଆନନ୍ଦପୁର ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ତତ୍ୱାବଧାନରେ ବ୍ୟାଙ୍କରୁ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ମନ୍ଦିରକୁ ଅଣାଯାଇଥିଲା । ପରେ ମନ୍ଦିର ପରିଚାଳକ ସୁରେନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଶାନ୍ତ ବେହେରାଙ୍କ ଉପସ୍ଥିତିରେ ପଣ୍ଡାମାନେ ବିଗ୍ରହ ମାନଙ୍କୁ ବେଶ କରଥିଲେ । ସନ୍ଧ୍ୟା ଆଳତୀ ପୂର୍ବରୁ ସୁନାବେଶ ଶେଷ ହୋଇଥିଲା । ଆଳତୀ ସମୟରୁ ରାତି ୧୦ଘଟିକା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସୁନାବେଶକୁ ଭକ୍ତ ମାନେ ମନଭରି ଉପଭୋଗ କରିଥିଲେ । ଏହି ଅବସରରେ ଭକ୍ତ ମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ପରିଚ୍ଛା ସୁଦର୍ଶନ ମିଶ୍ର, ରାଜପୁରୋହିତ ସରତଚନ୍ଦ୍ର ମିଶ୍ର, ପୂଜାପଣ୍ଡା ଜଗବନ୍ଧୁ ଦାଶ, ସନାତନ ପାଢ଼ୀ, ଯଶୋବନ୍ତ କର, ରବିନାରାୟଣ ଦାଶ, ସୁଆର ବିଶ୍ୱନାଥ ପାତ୍ର, ପଦ୍ମଲୋଚନ ପାଣିଗ୍ରାହୀ, ଲକ୍ଷ୍ମଣ ପାଢ଼ୀ, ସୁପକାର ଶଙ୍କର୍ଷଣ ମିଶ୍ର, ଦୁଆରୀ କୃଷ୍ଣ ସାହୁ, ଚର୍ଚ୍ଚକାର ଅଜୟ ମହାପାତ୍ର, ଲଳିତ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ବେଳେ ମହା ପ୍ରଭୁଙ୍କ ସୁନାବେଶ ଅବସରରେ ପୁଲିସ ବାହିନୀ ରଥକୁ କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ରଖିଥିଲେ ।