ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ

ନବରଙ୍ଗପୁର : କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସର ଶୁଭାରମ୍ଭ ହୋଇଯାଇଛି  । ଦ୍ୱିତୀୟ କମାଣ୍ଡ ଅଧିକାରୀ କୃଷ୍ଣ କୁମାର ସିଂହଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଛି  । ଏଥିରେ ରାଜୀବ କୁମାର, ଡେପୁଟି କମାଣ୍ଡାଣ୍ଟ, ୧୨ ବାଟାଲିୟନ, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ, ଡ. ମାଧବନ କୁମାର, ସହାୟକ କମାଣ୍ଡାଣ୍ଟ, ସବ୍ ଅର୍ଡିନେଟ୍ ଅଧିକାରୀ ଯବାନ, ଓଡ଼ିଶା ପୋଲିସ କର୍ମଚାରୀ ଓ  ବହୁ ସଂଖ୍ୟକ ସ୍ଥାନୀୟ ମହିଳା ଅଂଶଗ୍ରହଣ କରିଥିଲେ  । ଏହି କାର୍ଯ୍ୟକ୍ରମ କୃଷ୍ଣ କୁମାର ସିଂହ, ଦ୍ୱିତୀୟ କମାଣ୍ଡିଂ ଅଫିସର, କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ ପକ୍ଷରୁ ପ୍ରଦୀପ ପ୍ରଜ୍ୱଳନ ପୁର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା  । ପ୍ରତିବର୍ଷ ଜୁନ୍ ୨୧ରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥାଏ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘ ସାଧାରଣ ସଭାରେ ଏହା ପ୍ରସ୍ତାବ ଦେଇଥିଲେ  । ବିଭିନ୍ନ ଦେଶରୁ ଏହାକୁ ସମର୍ଥନ ମିଳିଥିଲା  । ଚଳିିତ ବର୍ଷର ଯୋଗ ଦିବସର ବିଷୟବସ୍ତୁ ‘ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ରଖାଯାଇଥିବା ବେଳେ ମଇ ୨୭ ଠାରୁ ଜୁନ୍ ୨୧ରିଖ  ସୁଦ୍ଧା ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଯୋଗର ପ୍ରଚାର ଏବଂ ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟକଳାପ ଆୟୋଜନ କରାଯିବ  । ଏଥିରେ ସ୍ଥାନୀୟ ନାଗରିକଙ୍କୁ ଯୋଗ ନିମନ୍ତେ ସଚେତନ କରାଯିବା ସହ ଯୋଗ ମାଧ୍ୟମରେ ଶରୀରକୁ ମିଳୁଥିବା ଲାଭ ବିଷୟରେ ଜଣାଯିବ  । ଏଥିରେ ମୁଖ୍ୟଅତିଥି ଭାବେ କୃଷ୍ଣ କୁମାର ସିଂ ଯୋଗଦେବା ସହ ଯୋଗ ଭାରତର ପ୍ରାଚୀନ ସଂସ୍କୃତି ଏବଂ ଐତିହ୍ୟର ଏକ ଅଂଶ  । ଯାହା ବର୍ତ୍ତମାନ ବିଶ୍ୱ ମଞ୍ଚରେ ଲୋକପ୍ରିୟ ହୋଇପାରିଛି  । ଯୋଗର ଏହି ଅଭ୍ୟାସ ମନ, ଶରୀର ଏବଂ ଆତ୍ମାକୁ ସାମଗ୍ରୀକ ସୁସ୍ଥତାକୁ ପ୍ରୋତ୍ସାହିତ କରେ ବୋଲି ସେ ପ୍ରକାଶ କରିଥିଲେ  ।