ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଅଭିଯାନ : ଶହେ ଜଣଙ୍କୁ ପୋଷ୍ୟ ରୋଗୀ ଭାବେ ଗ୍ରହଣ କଲା ଇଫକୋ 

 ପାରାଦୀପ : ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ନିକ୍ଷୟମିତ୍ର  ଭାବେ ଇଫକୋ ପାରାଦୀପ ନିକ୍ଷୟ ଦିବସ ପାଳନର ୩ ବର୍ଷ ପୂର୍ତ୍ତି ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ୪ ଟି ବ୍ଲକ ଏରସାମା, ବାଲିକୁଦା, ନାଉଗାଁ ଏବଂ ବିରିଡିର ସମସ୍ତ ଯକ୍ଷ୍ମା ରୋଗୀଙ୍କୁ ଏକ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରି ୧୦୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ ବଣ୍ଟନ କରିଛି  । ଏହି ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିକ୍ଷୟ ଦିବସ ପାଳନ ଅବସରରେ  ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ରଶ୍ମିରଞ୍ଜନ ପଟ୍ଟନାୟକ, ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ, ବରିଷ୍ଠ ଚିକିସôା ସୁପରଭାଇଜର, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର, ଏମ୍ ଡି ୱାକର ଅଲି ଡିପିପିଏମସି, ବିପିନ ବିହାରୀ ପାତ୍ର-ଡିପିସି,  ପ୍ରମୁଖ ଉପସ୍ଥିତ ଥିଲେ । ପିଏମଟିବିଏମ୍ଏ ଅଧୀନରେ, ଯକ୍ଷ୍ମା ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବାସ୍କେଟ୍ (ନି-କ୍ଷୟ ପୋଷଣ ଅଭିଯାନ) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ, ସେମାନଙ୍କର ସହନଶୀଳତା ବୃଦ୍ଧି କରେ, ପୁନଃରୁଦ୍ଧାରକୁ ତ୍ୱରାନ୍ୱିତ କରେ, ପୁଷ୍ଟିହୀନତାର ଆଶଙ୍କାକୁ ହ୍ରାସ କରିଥାଏ ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଏବଂ ଶକ୍ତି-ଘନ ସପ୍ଲିମେଣ୍ଟ ଯୋଗାଇ ଚିକିସôା ପରିତ୍ୟାଗ କରିବାର ସମ୍ଭାବନାକୁ ହ୍ରାସ କରିଥାଏ  । ଏହା ପୁଷ୍ଟିକର ଖାଦ୍ୟ ବାସ୍କେଟର ଲକ୍ଷ୍ୟ ଏବଂ ଉଦେ୍ଦଶ୍ୟ ଓ ମୃତୁ୍ୟ ଏବଂ ରୋଗ ହ୍ରାସ କରିଥାଏ  । ତେବେ ପାରିପାର୍ଶ୍ୱିକ ବିକାଶ କ୍ଷେତ୍ରରେ ଇଫକୋ ପାରାଦୀପ ୟୁନିଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ପଦକ୍ଷେପ ଅନ୍ୟ ଶିଳ୍ପସଂସ୍ଥା ପାଇଁ ଏକ ବୃହତ ଉଦାହରଣ ସୃଷ୍ଟି କରିଛି  ।