ଅବ୍ୟବସ୍ଥାରେ ଗୋଚ୍ଛାପଡା ଆୟୁର୍ବେଦିକ ଚିକିତ୍ସାଳୟ : ଛାତରେ ଜରି ପାଲ ଘୋଡାଇ ଚାଲିଛି ଚିକିତ୍ସା 

 ଫୁଲବାଣୀ : ସରକାରଙ୍କ ତରଫରୁ ବର୍ତମାନ ଆୟୁର୍ବେଦିକ ଚିକିତ୍ସାକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ, ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କ  ଉଦାସୀନତା ଯୋଗୁଁ ତାହା ବର୍ତମାନ କୋମାରେ ଥିବା ଭଳି ବହୁ ଅବ୍ୟବସ୍ଥା ଦେଇ ଗତି କରୁଛି । କେଉଁଠି ଭଙ୍ଗା ଘରେ ଆୟୁର୍ବେଦିକ ଚିକିତ୍ସା ଚାଲିଛି ତ କେଉଁଠି ଡାକ୍ତର ଥିଲେ ମଧ୍ୟ ଠିକ ଭାବରେ ଚିକିତ୍ସାଳୟ ଖୋଲୁ ନଥିବାରୁ ଚିକିତ୍ସା ବର୍ତମାନ ଅବ୍ୟବସ୍ଥା ଦେଇ ଗତି କରୁଛି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡ଼ାରେ ଥିବା ସରକାରୀ ଆୟୁର୍ବେଦିକ ଚିକିସôାଳୟ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଆୟୁଷ)ରେ ବର୍ତମାନ ଜଣେ ଡାକ୍ତରଙ୍କ ସହ ୩ ଜଣ କର୍ମଚାରୀ ଅଛନ୍ତି । ପ୍ରତିଦିନ ଚିକିସôା ଯୋଗାଇବା ସହ ଲୋକଙ୍କୁ ଉପଯୁକ୍ତ ଚିକିସôା ମଧ୍ୟ ଦେଉଛନ୍ତି । ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଡାକ୍ତର ସୁପ୍ରଭା ନାୟକ ଅଛନ୍ତି ଉପଯୁକ୍ତ ଚିକିସôା ମଧ୍ୟ ଦିଆ ଯାଉଛି । କିନ୍ତୁ ଦୀର୍ଘ ବର୍ଷର ବିପଦ ସଂକୂଳ କୋଠା ବର୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ଥିବାବେଳେ, ବର୍ଷାରେ ଛାତରୁ ପାଣି ଗଳୁଛି । ଛାତ ମଧ୍ୟ ଦବି ଯାଇଥିବା ବେଳେ, ଛାତ ସିଲିଂରୁ ଖଣ୍ଡ ଖଣ୍ଡ ହୋଇ କଂକ୍ରିଟ ଖଣ୍ଡ ପଡୁଥିବା ବେଳେ ଭିତରେ ଥିବା ବିଭିନ୍ନ କାଗଜ ପତ୍ର ସହ ବହୁ ଜିନିଷ ନଷ୍ଟ ହେଉଛି । ଏମିତି କି କଂକ୍ରିଟ ଖଣ୍ଡ ପଡି କାହାର ଜୀବନ ଚାଲିଯିବ ତାହା ମଧ୍ୟ କହିହେବ ନାହିଁ । ଛାତର ପୁରୁଣା ରଡ ମଧ୍ୟ ତଳକୁ ଝୁଲି ରହିଛି । ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ସଂଯୋଗ ହୋଇଥିବା ବିଦୁ୍ୟତ ଅଧିକାଂଶ ସମୟ କାନ୍ଥ ସାରା ଚାର୍ଜ ହୋଇ ରହୁଥିବା ବେଳେ, କର୍ମଚାରୀଙ୍କ ସହ ରୋଗୀଙ୍କ ଜୀବନ କେତେବେଳେ ହାନୀ ଘଟିବ ତାହା ମଧ୍ୟ କହିହେବ ନାହିଁ ବୋଲି କହିଛନ୍ତି ଚିକିତ୍ସା ପାଇଁ ଆସିଥିବା କିଛି ରୋଗୀଙ୍କ ସମ୍ପର୍କୀୟ । ତୁରନ୍ତ ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ନୂତନ କୋଠା ନିର୍ମାଣ କରା ନଗଲେ ଆଗାମୀ ଦିନରେ ସମସ୍ୟା ଉପୁଜିବ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଅନ୍ୟପଟେ ତୁରନ୍ତ ଏହି ଆୟୁର୍ବେଦିକ ଚିକିସôା କେନ୍ଦ୍ର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ନୂତନ କୋଠା ନିର୍ମାଣ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।