ଅଜାଣବନ ଶିଶୁ ମହୋସବ ଉଦଘାଟିତ
ବରୀ: ବରୀ ବ୍ଲକର ଅଜାଣବନ ଶୋଭନିୟ ଶିକ୍ଷାଶ୍ରମର ଶିଶୁ ମହୋସôବ ନେତାଜୀ ଓ ସୁରେନ୍ଦ୍ରସାଏଙ୍କ ଜନ୍ମଜୟନ୍ତୀରେ ଅଜାଣ ବନ ଶିଶୁ ମହୋସôବ ଉଦଘାଟିତ ହୋଇଛି । ଶିକ୍ଷାଶ୍ରମର ମୁଖ୍ୟସେବକ ଡ ନୃସିଂହ ଚରଣ ବେହେରାଙ୍କ ସଭାପତି ତ୍ୱରେ ମୁଖ୍ୟ ଅତିଥି ଡ ଭାଗ୍ୟଧର ସାହୁ, ମୁଖ୍ୟବକ୍ତା ଡ଼ ବିଶ୍ୱନାଥ ତ୍ରିପାଠୀ, ସମ୍ମାନୀତ ଅତିଥି କରୁଣକ୍ଷ କର ପ୍ରଧାନ, ମକର ଧ୍ୱଜ ସାହୁ, ରବୀନ୍ଦ୍ର ନନ୍ଦ, ବୈଷ୍ଣବ ଚରଣ ଦାସ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ମହୋସôବକୁ ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷକ ସୋଭାଗ୍ୟ କୁମାର ଜେନା ମହୋସôବର ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷକ ମିହିର କୁମାର ଜେନା ଧନ୍ୟବାଦ ଦେଇଥିବା ବେଳେ ଏହି ମହୋସôବରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।