ଅଟୋ ଦୁର୍ଘଟଣା ; ୬ ଶ୍ରଦ୍ଧାଳୁ ଆହତ

ସିଂହପୁର : ବିଞ୍ଝାରପୁର ବ୍ଲକ ମାଧପୁର ସାଇ ମନ୍ଦିର ବାର୍ଷିକ ଉତ୍ସବ ଅବକାଶରେ ଆୟୋଜିତ କଳସଯାତ୍ରା ସାରି ଫେରୁଥିବା ୬ ସାଇଭକ୍ତ ଦୁର୍ଘଟଣାରେ ଆହତ ହୋଇ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଆହତ ତଳବନ୍ଧ ଗ୍ରାମର ସୌଦାମିନୀ ଦାସ, ଜ୍ୟୋସ୍ନାରାଣୀ ଦାସ, ପୂଜା ଦାସ, ରଚନା ଦାସ, ପୁଷ୍ପା ରାଣୀ ଦାସ ରହିଛନ୍ତି । ଖବର ମତେ ସାଇ ମନ୍ଦିର ଉତ୍ସବରେ କଳସଯାତ୍ରା ସାରି ଘରକୁ ଅଟୋ ଯୋଗେ ଫେରିବା ବେଳେ ଇଲେକ୍ଟ୍ରି ପୋଲରେ ପିଟି ହୋଇଥିଲା । ଯେଉଁଥିରେ ଅଟୋରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ ସ୍ଥାନୀୟ ଲୋକେ  ମହିଳାମାନଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣକ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଯାଜପୁର ଜିଲା ଚିକିତ୍ସାଳୟକୁ ପଠାଯାଇଛି । ଅନ୍ୟପଟେ ସମ୍ପୃକ୍ତ ଅଟୋ ଚାଳକ ମଦ୍ୟପାନ କରି ଗାଡି ଚଳାଉଥିବା କହିଛନ୍ତି ଆହତ ମହିଳା ।