ଆନନ୍ଦପୁର ଉପଖଣ୍ଡରେ ପ୍ରଶାସନ ସଜାଗ
ଆନନ୍ଦପୁର: ବାତ୍ୟା ଦାନାକୁ ନେଇ ଆନନ୍ଦପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀ ଉପଖଣ୍ଡର ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଡାକି ଜରୁରୀ ବୈଠକ କରିଥିଲେ । ଆନନ୍ଦପୁର ଉପଖଣ୍ଡର ଭୌଗଳିକ ସ୍ଥିତିକୁ ପରଖିଲେ ୩ ଗୋଟି ବ୍ଲକ ଏବଂ ୩ ଗୋଟି ବ୍ଳକରେ ୨୩ଟି ପଞ୍ଚାୟତର ୭୯ଗୋଟି ଗ୍ରାମ ହେଉଛି ବନ୍ୟା ପ୍ରଭାବିତ ଅଞ୍ଚଳ ଅଟେ । ତନ୍ମଧ୍ୟରୁ ଆନନ୍ଦପୁର ବ୍ଳକରେ ୫ଗୋଟି, ଘସିପୁରା ବ୍ଲକରେ ୫ଗୋଟି ଏବଂ ହାଟଡିହି ବ୍ଳକରେ ୧୩ଗୋଟି ପଞ୍ଚାୟତ ହେଉଛି ପ୍ରଭାବିତ ଅଞ୍ଚଳ । ସେହିପରି ହାଟଡିହି ବ୍ଳକର ୩ଗୋଟି ଘସିପୁରା ବ୍ଳକର ୧ଗୋଟି ସେଲଟର ହୋମକୁ ପ୍ରସ୍ତୁତ ରଖିବାକୁ ଉପଜିଲାପାଳ ନିର୍ଦେଶ ଦେଇଛନ୍ତି । ଆଜି ଏକ ୩୫ ଜଣିଆ ଏଣ୍ଡିଆରେଫ ଟିମ ଆସି ପହଁଚିଥିବା ବେଳେ ଗୋଟିଏ ଓଡ୍ରାଫ ଟିମ ଆସିବ ବୋଲି ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି ।୩ ଗୋଟି ବ୍ଳକ ପାଇଁ ୩ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ନିଜେ ଉପଜିଲାପାଳଙ୍କୁ ଘସିପୁରା ଦାୟିତ୍ୱ ଦିଆଯାଇଛି । ଆନନ୍ଦପୁର ବ୍ଳକ ଦାୟିତ୍ୱରେ କେନ୍ଦୁଝର ସହକାରୀ ଜିଲାପାଳ ଆଲୋକ ପ୍ରଧାନ ଏବଂ ହାଟଡିହି ବ୍ଳକ ପାଇଁ ଜିଲା ଉନ୍ନୟନ ଅଧିକାରୀ ଏମ.ନାଗଭୂଷଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ବାତ୍ୟା ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଆନନ୍ଦପୁର ପାଇଁ ୮୦୧୮୪୯୭୭୧୭, ଘସିପୁରା ପାଇଁ ୬୮୬୧୨୩୦୮୬୮ଏବଂ ହାଟଡିହି ପାଇଁ ୯୬୯୨୮୨୯୯୧୧ଟୋଲ ଫ୍ରି ନମ୍ବରେ ଜଣାଇବାକୁ ନିବେଦନ କରାଯାଇଛି ।