ଦୁଇ କାରକୁ ଧକ୍କା ଦେଇ ମଦ୍ୟପ ଟ୍ରକ୍ ଚାଳକ ଗିରଫ

ଭୁବନେଶ୍ୱର, ୦୧ା୬ : ବିଳମ୍ବିତ ରାତିରେ ପୁଲିସର ଚେକିଂ ସମୟରେ ଏକ ୪୦୭ ଟ୍ରକ୍ ଡ୍ରାଇଭର ପ୍ରଚୁର ମଦପି ଗାଡିକୁ ଦୃତଗତିରେ ଚଳାଇ ୨ଟି କାରକୁ ଧକ୍କା ଦେବା ସହ ପୁଲିସ ଉପରକୁ ଚଢ଼ାଇବାକୁ ଉଦ୍ୟମ କରି ଫେରାର ବେଳେ ପିଛା କରି ଧରିଲା ପୁଲିସ । ଗିରଫ ଡ୍ରାଇଭର ହେଲା, ଦେଓଗଡ଼ ଜିଲ୍ଲାର ଟୁକୁନା ଘଡେଇ । ଆଜି ତାକୁ କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ ।
ସୂଚନାଯୋଗ୍ୟଯେ, ଟ୍ରାଫିକ୍ ଥାନା - ୨ର ଥାନାଥିକାରୀଙ୍କ ନିଦେ୍ର୍ଧଶ କ୍ରମେ ସମ୍ପୃକ୍ତ ଥାନାର ଅଧିକାରୀ ଏବଂ କର୍ମଚାରୀ ଗତ କାଲି ରାତିରେ ଓମଫେଡ୍ ଛକ ନିକଟରେ ଯାନବାହାନ ଚେକିଂ କରୁଥିବା ବେଳେ ମଦୁଆ ଡ୍ରାଇଭର ଜଣଙ୍କ ଏକ ଟାଟା ୪୦୭ ଟ୍ରକ ଦୃତ ଗତିରେ ଏମ.ସି.ଏଲ ଛକ ପାଶ୍ୱର୍ରୁ ଓମଫେଡ୍ ଛକ ଅଭିମୁଖେ ଆସୁଥିବାର ଦେଖିବାକୁ ପାଇଥିଲେ । ଉକ୍ତ ଟ୍ରକଟି ଓମଫେଡ ଛକ ନିକଟରେ ପହଞ୍ଚିବାକ୍ଷଣି ରାସ୍ତା ପାଶ୍ୱର୍ରେ ପାର୍କିଂ ହୋଇଥିବା ୨ଟି କାରକୁ ଖୁବଯୋରରେ ଧକ୍କା ଦେବା ସହିତ ଚେକିଂ ଡୁ୍ୟଟିରେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କ ଆଡକୁ ମାଡିଆସିଥିଲା । ଏହାଦେଖି ଉପସ୍ଥିତ ପୁଲିସ କର୍ମଚାରୀମାନେ ନିଜକୁ ବଞ୍ଚାଇବା ସହ ଉକ୍ତ ଟ୍ରକର ପିଛା କରି ତାକୁ କଳିଙ୍ଗ ଷ୍ଟାଡିୟମ ଗେଟ୍ ୮ ନିକଟରେ ଅଟକାଇବାରେ ସକ୍ଷମ ହୋଇଥିଲେ । ଯାଞ୍ଚ ସମୟରେ ଉକ୍ତ ଟ୍ରକ ଡ୍ରାଇଭର ନିଶାଶକ୍ତ ଅବସ୍ଥାରେ ଥିବାର ଜଣାପଡ଼ିଥିଲା । ପୁଲିସ ଏହି ଘଟଣାକୁ କେନ୍ଦ୍ର କରି ସମ୍ପୃକ୍ତ ଚାଳକ ବିରୋଧରେ ମାମଲା ରୁଜୁକରି ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।