ଅଡୁଆରେ ଜଷ୍ଟିସ ବର୍ମା : ମୌସୁୁମୀ ଅଧିବେଶନରେ ଆସିବ ମହାଭିଯୋଗ!

 ନୂଆଦିଲ୍ଲୀ:  ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିବ ମହାଭିଯୋଗ  । ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇ ସାରିଛନ୍ତି  । ଜୁଲାଇ ମଧ୍ୟଭାଗରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ  । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜଜୁ ଏନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ସହ ଆଲୋଚନା କରିବେ । ସମସ୍ତଙ୍କର ସହମତି ଆଣିବାକୁ ସେ ଉଦ୍ୟମ କରିବେ । ଯଦି ସଂସଦରେ ଏଭଳି ହୁଏ ତେବେ ପ୍ରଥମ ଥର ପାଇଁ ଜଣେ ହାଇକୋର୍ଟ ବିଚାରପତି ମହାଭିଯୋଗର ସାମ୍ନା କରିବେ  । ଜଷ୍ଟିସ ବର୍ମାଙ୍କ ଘରୁ ଦେଢ଼ ଫୁଟ୍ ଉଚ୍ଚର ଟଙ୍କା ବିଡ଼ା ମିଳିବା ପରେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା  । ଏହି ଘଟଣାର ଅନୁଧ୍ୟାନ ପାଇଁ ସୁପ୍ରିମକୋର୍ଟରତକôାଳୀନ ପ୍ରଧାନ ବିଚାରପତି ସଂଜୀବ ଖାନ୍ନା, ଏକ ତିନି ଜଣିଆ କମିଟି ଗଠନ କରିଥିଲେ  । ଏହି କମିଟିରେ ଜଷ୍ଟିସ୍ ଶିଲ୍ ନାଗୁ, ଜଷ୍ଟିସ୍ ଜିଏସ ସାନ୍ଧାୱାଲିଆ ଓ ଜଷ୍ଟିସ୍ ଅନୁ ଶିବାରମନ୍ ଥିଲେ  ।