ଯକ୍ଷ୍ମା ରୋଗୀଙ୍କୁ ଖାଦ୍ୟ ବଣ୍ଟନ
ଆସିକା: ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଞ୍ଜାମ ଜିଲ୍ଲା ଆସିକା ଏନ୍ଏସିରେ ଥିବା ଯକ୍ଷ୍ମା ରୋଗୀମାନଙ୍କୁ ପୃଷ୍ଟିକର ଖାଦ୍ୟ ପକେଟ ଚିନିଶିଳ୍ପ ପରିଚାଳନା ପରିଷଦ ଉପସ୍ଥିତ ରହି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ଠାରେ ଚିନିଶିଳ୍ପ ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା, ପରିଚାଳନା ନିଦେ୍ର୍ଦଶକ ଡ. ସୁଶାନ୍ତ କୁମାର ପଣ୍ଡା, ମେଡିକାଲ ଅଧିକ୍ଷକ ଡାକ୍ତର ବାଲ ଗୋପାଳ ବେହେରା, ପରିଚାଳନା ପରିଷଦର ନିଦେ୍ର୍ଦଶକ ନିରଂଜନ ପ୍ରଧାନ, ଧର୍ମୁ ପ୍ରଧାନ ଉଦୟ ପ୍ରଧାନ, ଗୀତା ପାତ୍ର, ଉଦୟ ପ୍ରଧାନ, ସରିତା ପ୍ରଧାନ, ବରିଷ୍ଠ ଯକ୍ଷ୍ମା ପରିଦର୍ଶକ ସଂଗୀତା ରାଣୀ ସ୍ୱାଇଁ, ଏବଂ ମଧୁସୂଦନ ଶତପଥି ପ୍ରମୁଖ ଉପସ୍ଥିତ ରହିଥିଲେ । ଆସିକା ଏନ୍ଏସିର ୧୦ ଜଣ ଯକ୍ଷ୍ମା ରୋଗୀଙ୍କୁ ପୃଷ୍ଟିକର ଖାଦ୍ୟ ପକେଟ ପ୍ରଦାନ କରିଥିଲେ । ଆସିକା ଯକ୍ଷ୍ମାରୋଗ ଆରୋଗ୍ୟ ସାଧନା କେନ୍ଦ୍ର ପକ୍ଷରୁ ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଦ୍ୱାରା ଗ୍ରାମ ଓ ସହରରେ ଯକ୍ଷ୍ମା ମୁକ୍ତ ନିମନ୍ତେ ସଚେତନତା କରିବା, କଫ ପରୀକ୍ଷା କରିବା, ରୋଗୀ ପାଖରେ ପହଞ୍ଚô ନିୟମିତ ନିରନ୍ତର ଔଷଧ ପ୍ରଦାନ କରିବା ସହ ମାସ ମାସ ସଂଖ୍ୟା ପୃଷ୍ଟିକର ଖାଦ୍ୟ ପ୍ରଦାନ କରିବା ଉପରେ ଅହରହ ଚେଷ୍ଟା କରି ଆସୁଛନ୍ତି ।