ଅନନ୍ତ ନାୟକଙ୍କ ଏକାଦଶାହ
ଭଦ୍ରକ: ଚରମ୍ପା ସାହିତ୍ୟ ସଂସ୍କୃତି ମଣ୍ଡଳ ଆନୁକୂଲ୍ୟରେ ଅନନ୍ତ ଚରଣ ନାୟକଙ୍କ ଏକାଦଶାହ କ୍ରିୟା ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଚରମ୍ପା ସାହିତ୍ୟ ସଂସ୍କୃତି ମଣ୍ଡଳ ସମ୍ପାଦକ ବାବୁଲାଲ ଦାସ ପୌରହିତ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭଦ୍ରକ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ.ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ଗୟାଧର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉର୍ମିଳା ନାୟକ, ବରେଣ୍ୟ ଅତିଥି ଭାବେ ଶରତ ଚନ୍ଦ୍ର ସାହୁ, ଶିକ୍ଷାବିତ୍ ମହେନ୍ଦ୍ର ପାଢ଼ୀ, ନାରାୟଣ ଚନ୍ଦ୍ର ପାଢ଼ୀ ଓ ଏରେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ରତ୍ନାକର ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ତାଙ୍କ ଫଟୋଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଲ୍ୟ ଦେବା ସହ ବେଦପାଠ କରାଯାଇ ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଅନନ୍ତ ଚରଣ ନାୟକ ଜଣେ ଆଦର୍ଶ ଶିକ୍ଷକ ଲେଖକ, ଗାଳ୍ପିକ, କବି ଓ ସାରସ୍ୱତ ସାଧକ ଥିଲେ । ଏହି ସଭାରେ ସମୀତା ମଲ୍ଲିକ, ପ୍ରଣିତା ପଲାର, ସାମ୍ବାଦିକ ତପନ ପଣ୍ଡା, ଅଟଳ ବିହାରୀ ନାୟକ, ସଂଗ୍ରାମ କେଶରୀ ଦାସ, ନୀଳମ୍ବର ଲେଙ୍କା, ବାବାଜୀ ଚରଣ ମହାନ୍ତି, କୈଳାସ ଚନ୍ଦ୍ର ମହାପାତ୍ର, ରାଜକିଶୋର ଦାସ, ପ୍ରହଲ୍ଲାଦ ସାହୁ, ସରୋଜ ବଳ ଓ ରଘୁନାଥ ପଣ୍ଡା ପ୍ରମୁଖ ସ୍ମୃତିଚାରଣ କଲାବେଳେ ପୁତ୍ର ଦେବବ୍ରତ ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ ।