ଆଇନ୍ ସେବା ପ୍ରାଧିକରଣ ସଚେତନତା

ଭଦ୍ରକ: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ପ୍ରବାସୀ ଶ୍ରମିକଙ୍କ ନିମନ୍ତେ ବିଭିନ୍ନ ସମସ୍ୟା ଏବଂ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଭିନ୍ନ ଯୋଜନା ଏହି କାର୍ଯ୍ୟାଳୟ ମାଧ୍ୟମରେ କିପରି ଜଣେ ସମାଧାନ ପାଇ ପାରୁଛି ଏହାକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ କାର୍ଯ୍ୟାଳୟ ସହାୟତାରେ କାର୍ଡ଼ ବଣ୍ଟନ କରିଥିଲେ । ମୋଜାହିଦ ଅଖତାର ଖାନ୍, ଡେପୁଟି ଚିଫ୍, ଏଲ୍.ଏ.ଡି.ସି. ଏସ୍, ଭଦ୍ରକ, ନେପାଳ ଚନ୍ଦ୍ର ଦାସ, ମେମ୍ବର (ପିଏଲଏ) ପିୟୁଏସ୍, ଭଦ୍ରକ, ଲକ୍ଷ୍ମୀଧର ଖଟୁଆ ପ୍ରଧାନ ଶିକ୍ଷକ, ହନୁମାନ ହାଟ ବିଦ୍ୟାଳୟ, ପ୍ରତୁ୍ୟଷ ବେହେରା ଏବଂ ଲୋକନାଥ ଦାସ, ଲେଦର ଇନ୍ସସ୍ପେକ୍ଟର, ଭଦ୍ରକ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର କର୍ମ·ରୀମାନେ ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ ।