ଅଲ୍ ଓଡିଶା ୱେଲଫେୟାର ସଂଘର ଆନେ୍ଦାଳନ
ବ୍ରହ୍ମଗିରି: ଭୁବନେଶ୍ୱରରେ ଅଲ୍ ଓଡ଼ିଶା ୱଲ ଫେୟାର ଠିକାଦାର ସଂଘର ମିଳିତ ଆନେ୍ଦାଳନରେ ପୁରୀ ଜିଲ୍ଲାର, ତତ୍ ସହିତ ପୁରୀ ମୁ୍ୟନିସିପାଲଟି, ଆସୋସିଏସନ ସମ୍ପାଦକ ବ୍ରହ୍ମଗିରି ଠାରେ ନୂତନ ଭାବେ ନିର୍ମିତ ଗ୍ରାମ୍ୟ ନ୍ୟାୟାଳୟ କାମର ଠିକାଦାର ଥିଲେ । ଲୋକନାଥ ପଣ୍ଡା କୁହନ୍ତି, ୧୦ ମାସ ହେବ ଜିଲ୍ଲାର ବିଭିନ୍ନ ସରକାରୀ ଡିପାର୍ଟମେଣ୍ଟର କାମ ସରକାରଙ୍କ ଦ୍ୱାରା ଆହ୍ୱାନ ଦିଆଯାଇଥିବା ଦିର୍ଘ ଦିନ ହେଲା ସାରିବା ପରେ ମଧ୍ୟ ବିଲ୍ କଥା କେହି ଶୁଣୁନାହାନ୍ତି । ବର୍ତ୍ତମାନ ଠିକାଦାରମାନେ କର ବା ମର ପରିସ୍ଥିତିରେ ଅଛନ୍ତି । ମୁକ୍ତା ଯୋଜନାରେ କାମ କରିଥିବା ଠିକାଦାରଙ୍କ କୋଟି କୋଟି ଟଙ୍କା ବାକି ଅଛି । ବିଭିନ୍ନ ଡିପାର୍ଟମେଣ୍ଟରେ ମଗାଯାଉଥିବା ସମ୍ପର୍କରେ ଶ୍ରୀ ପଣ୍ଡା କୁହନ୍ତି, ଓଡ଼ିଶାରେ ବହୁତ ଭଲ ଠିକାଦାର ଥିଲେ ମଧା ବାହାର ରାଜ୍ୟର ଠିକାଦାର ଟେଣ୍ଡର ହାତେଇ ନିଅନ୍ତି । କାରଣ ଯେଉଁ ନୂତନ କାମର ଟେଣ୍ଡର ଡିପାର୍ଟମେଣ୍ଟ ତରଫରୁ ବାହାରେ ସେହି ଭଳିଆ କାମ ପୂର୍ବ ରୁ କରିଥିବା ଦରକାର ହୁଏ । ଠିକାଦାର କାମରେ (ଆଗ କାମ ପଛରେ ବିଲ୍) ସରକାରଙ୍କ ଗାଇଡ ଲାଇନ ଅନୂସାରେ କରଜ, ଋଣ କରି ସଠିକ ସମୟରେ କାମ ଶେଷ କରି ଦେବାର ମାସ ମାସ ଧରି ବିଲ୍ ମିଳିନଥାଏ । ଫଳରେ ବହୁତ କୃତିମ ଅସୁବିଧା ସୃଷ୍ଟି ହୁଏ । ବିଲ୍ ପାଇଁ ଏତେ ଅସୁବିଧା କାହିଁକି? ଏଥିନେଇ ଦାବି କିଏ? ଏ ସବୁ ଅସୁବିଧାର ଯଦି ସରଳ ସମାଧାନର ରାସ୍ତା ନ ବାହାରେ ତା ହେଲେ ଆଗାମୀ ଦିନରେ ଯୋରଦାର ବିରୋଧ ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସମ୍ପାଦକ ଲୋକନାଥ ପଣ୍ଡା କୁହି୍ନ୍ତି । ତେଣୁ ସରକାର ସବୁ କୋଣ, ଅନୁକୋଣକୁ ଚିନ୍ତା କରି ଏହାର ସରଳ ସମାଧାନ ର ରାସ୍ତା ବାହାର କରାଯିବା ଦରକାର ବୋଲି ଉକ୍ତ ଆଲୋଚନା ବେଳେ, ଉପସ୍ଥିତ ଅନ୍ୟ କର୍ମକର୍ତ୍ତା ମତ ରଖିଥିଲେ ।