ନିମ୍ନମାନର କାର୍ଯ୍ୟକୁ ପ୍ରଶୟ ଦେଇଛି ବିଭାଗ: ଅବଧି ଶେଷ ପରେ ବି ସରିଲାନି କାର୍ଯ୍ୟ
ବିଞ୍ଝାରପୁର: ବର୍ଷା ଦିନରେ ସର୍ବଦା ପାଣିରେ ବୁଡି ରୁହେ ସୟଦପୁର ପଞ୍ଚାୟତ । ଗମନା ଗମନ ଠାରୁ ଆରମ୍ଭ କରି ଘରୁ ବାହାରିବା ପଞ୍ଚାୟତବାସୀଙ୍କ ପାଇଁ ମୁସ୍କିଲ ହେଇ ପଡ଼ୁଥିବା ବେଳେ ବର୍ଷାଜଳରେ ଅଳିଆ ଆବର୍ଜନା ଠେସି ହୋଇ ରହି ବିଭିନ୍ନ ରୋଗ ଏଠି ଦାଉ ସାଜିଥାଏ । ଯାହାକୁ ଆଖି ଅଗରେ ରଖି ଜମୁଥିବ ପାଣି ନିସ୍କାସନ ଲାଗି ସରକାରଙ୍କ ପକ୍ଷରୁ ଏକ ଡ୍ରେନ ନିର୍ମାଣ ଲାଗି ୪କୋଟି ୭୨ଲକ୍ଷରୁ ଉର୍ଦ୍ଧ ଟଙ୍କା ମଞ୍ଜୁର କରାଯାଇଛି । ଯାଜପୁର ଜଳ ନିକାସ ବିଭାଜନ ଅଧୀନରେ ଏହି କାର୍ଯ୍ୟର ଟେଣ୍ଡର ଡକାଯାଇ କାର୍ଯ୍ୟ କଳାଶ୍ରୀ ପ୍ରତିକ ଜେନା ନାମକ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ତା୨୬/୨/୨୪ରୁ କାର୍ଯ୍ୟ ଆରମ୍ଭ କରି ତା୨୫/୧/୨୫ରେ କାର୍ଯ୍ୟ ସରିବା ପାଇଁ ସମୟ ସୀମା ଚୁକ୍ତି ଥିବା ବେଳେ କାର୍ଯ୍ୟଟି ସମ୍ପୂର୍ଣ୍ଣ ଭାବେ ଅଧାଗଢା ହେଇ ପଡ଼ିରହିଛି । ଠିକାସଂସ୍ଥାର କାର୍ଯ୍ୟ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ନରହିବା ଆଉ କାର୍ଯ୍ୟ ପରେ ଜିଲା ଅଧିକ୍ଷଣଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଆସି ଲୋକ ଦେଖାଣିଆ କାର୍ଯ୍ୟ ତଦାରଖ କରୁଥିବା ନଜରକୁ ଆସିଛି । ପତଳା ବାଲି ସାଙ୍ଗକୁ ଆସ୍ ସିମେଂଟରେ ଢ଼ଳେଇ କରି ଉପରେ କଳା ରଙ୍ଗ ମାରି ପୁରା ଦୁର୍ନୀତିକୁ ଢାଙ୍କି ଦେଉଛି ଠିକା ସଂସ୍ଥା । ଆଉ ସବୁ ଜାଣି ଏହା ଉପରେ ଚାଦର ଢାଙ୍କି ଦେଇଛି ଯାଜପୁର ଜଳନିକାସ ବିଭାଗ । କାର୍ଯ୍ୟରେ କେତେ ସ୍ୱଚ୍ଛତା ରହିଛି ତାହାର ତଦନ୍ତ କରିବାର ଆବଶ୍ୟତା ରହିଛି ।