ଅନୁପ ଶତପଥି ହେଲେ ଭାରପ୍ରାପ୍ତ ପିପି
ବରଗଡ : ବରଗଡ ଜିଲ୍ଲା ଅଦାଲତରେ ପବ୍ଲିକ ପ୍ରସିକୁ୍ୟଟର (ପିପି) ଙ୍କ ବଦଳି ପରେ ଅତିରିକ୍ତ ପିପି ଥିବା ଆଡ଼ଭୋକେଟ ଅନୁପ ଶତପଥିଙ୍କୁ ଭାରପ୍ରାପ୍ତ ପିପି ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ପବ୍ଲିକ ପ୍ରସିକୁ୍ୟଟର ନିଦେ୍ର୍ଦଶାଳୟରୁ ପ୍ରକାଶିତ ବିଜ୍ଞ୍ୟପ୍ତି ଅନୁସାରେ ଶ୍ରୀ ଶତପଥି ଦାୟିତ୍ୱ ନେଇଥିବା ଜଣାପଡିଛି । ଏଠାରେ ପ୍ରକାଶ ଥାଉକି ବରଗଡରେ କାର୍ଯ୍ୟରତ ପିପି ସଞ୍ଜୟ ପ୍ରଧାନଙ୍କୁ ପଦୋନ୍ନତି ମିଳିବା ପରେ ଶ୍ରୀ ଶତପଥୀଙ୍କୁ କମଚଳକ୍ଷ ଦାୟିତ୍ୱ ଦିଆଯାଇଛି । ତେବେ ଏନେଇ ଓକିଲ ମହାଲରେ ଖୁସି ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ଶ୍ରୀ ଶତପଥି ବର୍ତମାନ ଜିଲ୍ଲା ଓକିଲ ସଂଘର କାର୍ଯ୍ୟକାରୀ କମିଟିର ସଦସ୍ୟ ଅଛନ୍ତି ।