ବ୍ରଜ ମୋହନ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି 

ବଲାଙ୍ଗିର:  ନାଟ୍ୟ ନିଦେ୍ର୍ଦଶକ ବ୍ରଜ ମୋହନ ମିଶ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବଲାଙ୍ଗିର ସାମ୍ବାଦିକ ଭବନରେ ଅନୁଷ୍ଠିତ ବଲାଙ୍ଗିର ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀଙ୍କ ଦ୍ୱାରା ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ନାଟ୍ୟ କର୍ମୀ ଅବଦୁଲ ଜମାଲ ଖାନ ସଂଯୋଜନା କରିଥିବା ବେଳେ ୫୦ରୁ ଅଧିକ ନାଟ୍ୟକର୍ମୀ ଓ ନାଟ୍ୟ ପ୍ରେମୀଗଣ ଦିିବଂଗତ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆଜି ବିଶ୍ୱ ନାଟ୍ୟ ଦିବସ ଅବସରରେ ନିକଟରେ ଇହଲିଳା ତ୍ୟାଗ କରିଥିବା ନାଟ୍ୟକାର ସ୍ୱର୍ଗତ ବ୍ରଜ ମୋହନଙ୍କ ଉଦେ୍ଦଶ୍ୟରେ ସଭା ପ୍ରାରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ବକ୍ତାମାନେ ସ୍ୱର୍ଗତ ଶ୍ରୀ ମିଶ୍ରଙ୍କ ସ୍ମୃତି ·ରଣ କରିବା ସହ ନାଟକର ଦଶା ଓ ଦିଶା ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ଭୁଷଣ ଜଗଦାନନଦ ଛୁରିଆ, କୃଷ୍ଣ ଚନ୍ଦ୍ର ମଶ୍ର, ସାମ୍ବାଦିକ ସୁବାଷ ପଣ୍ଡା, ସାମ୍ବାଦିକ ସୁଧିର ଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ରଥ, ଭାଗିରଥି ମିଶ୍ର, ବିଜୟ ତ୍ରିପାଠି, ଅଭିନେତା  ରତନ ମେହେର, ଚିତ୍ତ ରଞନ ମିଶ୍ର, ଦତ୍ତାନନ୍ଦ ପଣ୍ଡା,  ପ୍ରହଲ୍ଲାଦ ଶତପଥି, ଗଗନ ମହାନ୍ତି ସାମ୍ବାଦିକ ଗୋପବନ୍ଧୁ ଶତପଥି ପ୍ରମୁଖ ସ୍ୱର୍ଗତ ଶ୍ରୀ ମିଶ୍ରଙ୍କ ଅଦ୍ୱିତିୟ ପ୍ରତିଭା ଉପରେ କହିଥିଲେ । ଶେଷରେ ବରିଷ୍ଠ ନାଟ୍ୟକର୍ମୀ ତଥା ଶିକ୍ଷାବିତ୍ ସନାତନ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।