ଭାଉଜଙ୍କୁ ଅସଦାଚରଣ ଦିଅର ଗିରଫ
ବୈଶିଙ୍ଗା : ବୈଶିଙ୍ଗା ଥାନା ତଥା ମାଣତ୍ରି ଫାଣ୍ଡି ଅନ୍ତର୍ଗତ ଆଡିଆସାହି ଗ୍ରାମରେ ଭାଉଜଙ୍କୁ ଅସଦାଚରଣ କରି ଦିଅର ଗିରଫ ହୋଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ମୁତାବକ ବଂଶୀଧର ଜେନାଙ୍କ ଦୁଇ ପୁଅ ସୁଶାନ୍ତ ଓ ପ୍ରଶାନ୍ତ କୃଷି କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି । ପ୍ରଶାନ୍ତଙ୍କ ସ୍ତ୍ରୀ ଘରୋଇ ଗଣ୍ଡଗୋଳ ଯୋଗୁଁ ସ୍ୱାମୀଙ୍କୁ ଛାଡ଼ି ତିନି ମାସ ହେବ ନିଜ ବାପଘରେ ରହୁଛନ୍ତି । ଏହାର ସୁଯୋଗରେ ରବିବାର ସନ୍ଧ୍ୟା ସମୟରେ ବଡ଼ ଭାଇ ସୁଶାନ୍ତ ବିଲକୁ ଯାଇଥିବା ବେଳେ ଭାଉଜ ଉର୍ବଶୀଙ୍କୁ ମନ୍ଦ ଉଦେ୍ଦଶ୍ୟ ରଖି ଟଣାଓଟରା କରିଥିଲେ । ଉର୍ବଶୀଙ୍କ ଚିକôାର ଶୁଣି ତାଙ୍କ ଝିଅ ଘଟଣା ବାବଦରେ ବାପାଙ୍କୁ ଜଣାଇଥିଲେ । ସଙ୍ଗେସଙ୍ଗେ ବଡ଼ଭାଇ ସୁଶାନ୍ତ ଘରେ ପହଞ୍ଚି ପ୍ରତିରୋଧ କରିଥିଲେ । ତେବେ ଉତ୍ତଜିତ ପ୍ରଶାନ୍ତ ହଠାତ୍ ଏକ ହାତୁଡି ସାହାଯ୍ୟରେ ଆକ୍ରମଣ କରିଥିଲେ । ଉଭୟେ ସ୍ୱାମୀ ସ୍ତ୍ରୀଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗ୍ରାମବାସୀଙ୍କ ସହାୟତାରେ ସେମାନେ ବୈଶିଙ୍ଗା ଡାକ୍ତରଖାନାରେ ଚିକିସôା ପାଇଁ ଭର୍ତ୍ତି ହୋଇଥିଲେ । ଏନେଇ ଅଭିଯୋଗ ପରେ ମାଣତ୍ରି ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଯ ଚାଲଣ କରିଛନ୍ତି ।