ଅନ୍ଧାରରେ ଜୟଦେବ ନିର୍ବାଚନ ମଣ୍ଡଳୀ ପ୍ରବେଶ ପଥ
ବାଲିଅନ୍ତା : ଜୟଦେବ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରବେଶପଥ ହେଉଛି ବାଳକାଟି ଭାର୍ଗବୀ ସେତୁ । ଏହି ନିର୍ବାଚନମଣ୍ଡଳୀ ପରିସରଭୁକ୍ତ ଅଞ୍ଚଳକୁ ଯାତାୟାତ କରିବାକୁ ହେଲେ ଏହି ସେତୁ ଉପରେ ନିର୍ଭର କରିବାକୁ ପଡିଥାଏ । ସେହିପରି ଏହି ସେତୁଦେଇ ଭୁବନେଶ୍ୱର, ପୁରୀ, ପିପିଲି, କଟକ, କୋଣାର୍କ, କାକଟପୁର ଆଦି ପ୍ରମୁଖ ସ୍ଥାନକୁ ହଜାର ହଜାର ଜନସାଧାରଣ ଓ ଯାନବାହନ ଯାତାୟାତ କରିଥାଏ । ଏଥିସହ ରାତିରେ ଥକ୍କା ମେଣ୍ଟାଇବା ପାଇଁ ସ୍ଥାନୀୟ ଲୋକେ ଏହି ସେତୁ ଉପରେ ବିଶ୍ରାମ ନେଇଥାନ୍ତି । କେହି କେହି ଖରାଦିନେ ରାତିରେ ମଧ୍ୟ ଏହି ସେତୁ ଉପରେ ଶୋଇଥାନ୍ତି । ମାତ୍ର ରାତି ସମୟରେ ଉକ୍ତ ସେତୁଟି ଅନ୍ଧାର ରହୁଥ?ିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ସହ ରାହାଜାନୀ ମଧ୍ୟ ହେଉଛି । ତତ୍ ସହିତ ଅନ୍ଧାରରେ ଏହି ସେତୁ ଉପରେ ବିଷାକ୍ତ ସରୀସୃପ ବୁଲୁଥିବାର ମଧ୍ୟ ଦେଖାଯାଉଛି । ସେହିପରି ଏହି ସେତୁ ଉପରେ ଗୋରୁଗାଇ ବିଶ୍ରାମ ନେଇଥାନ୍ତି ଫଳରେ ସେତୁ ଉପରେ ପରିମଳ ବ୍ୟବସ୍ଥା ବିଗିଡିବା ସହ ଦୁର୍ଘଟଣା ଘଟୁଛି । ଏହାକୁ ଦୃଷ୍ଟିରେ ରଖି ୨୦୧୭/୧୮ ଆର୍ଥିକ ବର୍ଷରେ ତକôାଳୀନ ବିଧାୟକ ଶଶୀଭୂଷଣ ବେହେରା ନିଜ ଆଞ୍ଚଳିକ ପାଣ୍ଠିରୁ ଏହି ସେତୁକୁ ଆଲୋକୀକରଣ କରିବା ପାଇଁ ୨ ଲକ୍ଷ ୫୬ ହଜାଇ ଅନୁଦାନ ଦେଇଥିଲେ । ପ୍ରଥମ ପର୍ଯ୍ୟୟରେ ଏକ ଘରୋଇ କମ୍ପାନୀ ଏହାକୁ ହାତକୁ ନେଇ କାମ କରିଥିଲା । ୧୨.୬୦ ଫୁଟ ଲମ୍ବ, ୨୪ ଫୁଟ ଓସାର ବିଶିଷ୍ଟ ଏହି ସେତୁର ଗୋଟିଏ ପାର୍ଶ୍ୱରେ ୮ଟି ସୋଲାର ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲାଗିଥିଲା । ପରେ ପୁନର୍ବାର ୨୦୧୮/୧୯ ଅନୁରୂପ ଭାବେ ବିଧାୟକଙ୍କ ଆଞ୍ଚଳିକ ପାଣ୍ଠି ପ୍ରାୟ ୧୪ ରୁ ୧୫ ଲକ୍ଷ ବ୍ୟୟ କରାଯାଇ ଏକ ଘରୋଇ କମ୍ପାନୀ ଦ୍ୱାରା ସେତୁର ଗୋଟିଏ ପାର୍ଶ୍ୱରେ ୧୦ଟି ସୋଲାର ଲାଇଟ୍ ଲାଗିଥିଲା । ସେତୁରେ ସିମେଣ୍ଟ କଂକ୍ରିଟ ଦ୍ୱାରା ଏକ ଲୁହାର ପ୍ରାୟ ୧୫ ଫୁଟ ଉଚ୍ଚର ଜିଆଇ ପାଇପ୍ ଦ୍ୱାରା ମୋଟ ୧୮ଟି ଷ୍ଟ୍ରିଟ୍ ଲାଇଟ ଲାଗିଛି । ମାତ୍ର କିଛି ମୁନାଫଖୋର୍ ରାଜନେତା ଏବଂ ଠିକାଦାରଙ୍କ ସ୍ୱାର୍ଥ ଯୋଗୁଁ ଏଗୁଡିକ ଅତି ନିମ୍ନମାନର କାମ ହୋଇଥିବାରୁ ଖୁବ୍ କମ୍ ଦିନ ମଧ୍ୟରେ ଖରାପ୍ ହୋଇଯାଇଛି ।
ଲାଗିଥିବା ୧୮ଟି ଲାଇଟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି କ୍ଷ ବାତ୍ୟା ‘ଫନି' ଯିବାର ଦୀର୍ଘ ୬ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଜନପ୍ରତିନିଧଙ୍କ ଆନ୍ତରିକତା ଅଭାବରୁ ଏହି ସୋଲାର ଲାଇଟ୍?ର ମରାମତି ହୋଇପାରିଲା ନାହିଁ । ଫଳରେ ପୂର୍ବତନ ବିଧାୟକ ଶ୍ରୀ ବେହେରାଙ୍କ ପାଣ୍ଠି ବିନିଯୋଗରେ ଭାର୍ଗବୀ ସେତୁର ଆଲୋକୀକରଣ ବ୍ୟବସ୍ଥା ପାଣିରେ ପଡିବା ସହ ସେତୁର ଅବସ୍ଥା ଯଥା ପୂର୍ବ ତଥା ପରଂ ସଦୃଶ ହୋଇଛି । ସ୍ଥାନୀୟ ବାଳକାଟି ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ଏହି ଲାଇଟ୍ ମରାମତି କରିବାକୁ ଦାବି ହୋଇଛି ।