ଛତୁ ଫୁଟିଲା ଭଳି ମେଡ଼ିସିନ ଷ୍ଟୋର :  କୋମାରେ ଜିଲ୍ଲା ଭେଷଜ ନିରୀକ୍ଷକ 

 ଚାନ୍ଦବାଲି : ରାଧେ ରାଧେ ତମର ଅଧେକୁ ମୋର ଅଧେରେ ଚାଲିଛି ଘଣ୍ଟେଶ୍ୱର ଅଂଚଳରେ ଥିବା ବେଆଇନ ମେଡିସିନ ଷ୍ଟୋର । ଜିଲ୍ଲା ଭେଷଜ ନିରୀକ୍ଷକଙ୍କ ପାରିବା ପଣିଆକୁ ନେଇ ଅଂଚଳବାସୀ ରପ୍ରଶ୍ନ କରିଛିନ୍ତି । ଘଣ୍ଟେଶ୍ୱର ବଜାର ଉପରେ ପ୍ରତେକ ଦିନ ହଜାର ହଜାର ଲୋକ ନିର୍ଭର କରୁଥିବା ବେଳେ ବେଆଇନ ମେଡ଼ିସିନ ଷ୍ଟୋରର ଶୋଷଣ ଏବେ ଚରମ ସୀମାରେ । ବିନା ଫାର୍ମାସିଷ୍ଟରେ ଚାଲିଛି ମେଡିସିନ ଷ୍ଟୋର । ସାମାନ୍ୟ କାଶ ଥଣ୍ଡା ହେଲେ ୧୦୦ରୁ ଅଧିକ ଟଙ୍କାରେ ମେଡିସିନରେ ଅର୍ଥ ଆଦାୟ କରୁଛନ୍ତି ମେଡ଼ିସିନ ଷ୍ଟୋର କର୍ମଚାରୀ । ସବୁ ଜାଣି ଭେଷଜ ନିରୀକ୍ଷକ କୋମାରେ । ଏମିତି କି ଅଂଚଳରେ ୧୦ରୁ ଅଧିକ ମେଡିସିନ ଷ୍ଟୋର ଥିବା ଦେଖିବାକୁ ମିଳୁଛି । ମେଡିସିନ ଷ୍ଟୋରରେ ମେଡିସିନ ବିକ୍ରି କରିବା ପାଇଁ ଫାର୍ମାସିଷ୍ଟକୁଙ୍କୁ ନିଦେ୍ର୍ଦଶ ଥିବା ବେଳେ, ପାନ ଦୋକାନୀ ପାକ୍ଷରୁ ଆରମ୍ଭ କରି ଜଳଖିଆ ଦୋକାନରେ କାର୍ଯ୍ୟ କରୁଥିବା ବ୍ୟକ୍ତି  ମେଡିସିନ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ମେଡ଼ିସିନ ଭଳି ଗୁରୁତ୍ୱ ପୂର୍ଣ୍ଣ ଜିନିଷ ଉପରେ ନଜର ଦେଉନାହିଁ ନାହାନ୍ତି ଜିଲ୍ଲା ଭେଷଜ ନିରୀକ୍ଷକ । ଏହି ଅଂଚଳରେ ବେଆଇନ ମେଡିସିନ ଷ୍ଟୋର ସାଙ୍ଗକୁ ନକଲି ଡାକ୍ତର ରୋଗୀ ଦେଖୁଥିବା ନଜରକୁ ଆସୁଛି ।
ଜିଲ୍ଲା ଭେଷଜ ନିରୀକ୍ଷକ ମୋଟା ଅଙ୍କରେ ଅର୍ଥ ନେଇ ଏ ଭଳି ବେଆଇନ ମେଡିସିନ ଷ୍ଟୋର ଏବଂ ନକଲି ଡାକ୍ତରକୁ ପ୍ରଶୟ ଦେଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ଘଣ୍ଟେଶ୍ୱର ବଜାରରେ ଥିବା ୧୦ରୁ ଅଧିକ ମେଡିସିନ ଷ୍ଟୋର ମାଧ୍ୟରୁ ୨ଟିର କାଗଜ ପତ୍ର ଠିକ ଥିବା ଚର୍ଚ୍ଚା ହେଉ ବେଳେ, ଅନ୍ୟମାନେ ବିନା ପ୍ରମାଣ ପତ୍ରରେ ଚାଲିଛି । ଏନେଇ ଜିଲ୍ଲା ଭେସଜ ନିରୀକ୍ଷକ  ପାଖରେ ଅଭିଯୋଗ କରିଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ନେବା ପରିବର୍ତ୍ତେ ବେଆଇନ ମେଡ଼ିସିନ ଷ୍ଟୋର ଖୋଲିବାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି । ଜିଲ୍ଲା ଭେଷଜ ନିରୀକ୍ଷକ ତଦନ୍ତ ପାଇଁ ଆସିବା ବେଳକୁ ଘଣ୍ଟେଶ୍ୱର ଅଂଚଳରେ ସମସ୍ତ ମେଡ଼ିସିନ ଷ୍ଟୋର ତାଲା ମାରି ଲୁଚି ରହୁଥିବା ଦେଖିବାକୁ ମିଳୁଛି । ଏନେଇ ଭେଷଜ ନିରୀକ୍ଷକଙ୍କ ଅଫିସରେ କାର୍ଯ୍ୟରତ କର୍ମଚାରୀ ଖବର ଦେଉଥିବା ବାହାର ସୂତ୍ରରୁ ଜଣାପଡିଛି ।