ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 ଭଦ୍ରକ: ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ସଡ଼କ ସୁରକ୍ଷା ନିମିତ୍ତ ସଚେତନତା କାର୍ଯ୍ୟକ୍ରମ ସିନେ୍ଦାଳ ପଞ୍ଚାୟତ ହାଇସ୍କୁଲ, ତିହିଡ଼ି, ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଥମେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଏବଂ ପରେ ସଚେତନତା କାର୍ଯ୍ୟକ୍ରମ ସଡ଼କ ସୁରକ୍ଷା ତଥା ଏମଭି ଆକ୍ଟ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ନିଜର ବକ୍ତୃତା ମାଧ୍ୟମରେ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ତଥ୍ୟ ନିଜେ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଥିବା ଅତିଥି ଓ ଛାତ୍ରଛାତ୍ରୀମାନଙ୍କୁ ଅନେକ ମହତ୍ତ୍ୱପୂର୍ଣ୍ଣ କଥାବ୍ୟକ୍ତ କରିଥିଲେ । ନେହା ଅଗ୍ରୱାଲ ସଚିବ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପିଲାମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ସେମାନଙ୍କ ମଧ୍ୟରେ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିଥିଲେ । ସୁପ୍ରକାଶ ମହାନ୍ତି, ସବ୍ଇନ୍ସ୍ପେକ୍ଟର, ପିରହାଟ ଥାନା, ଭଦ୍ରକ ତାପସ କୁମାର ମହାନ୍ତି, ବହ୍ନିଶିଖା ବିଶ୍ୱାଳ, ସହାୟକ ଏଲ୍ଏଡିସିଏସ୍ ଭଦ୍ରକ, ବିଶ୍ୱନାଥ ପଣ୍ଡା ପ୍ରଧାନ ଶିକ୍ଷକ, ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ସିନେ୍ଦାଳ ପଞ୍ଚାୟତ ବିଦ୍ୟାପୀଠ, ତିହିଡ଼ି, ଭଦ୍ରକ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମୀମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।