ବ୍ରାଉନ ସୁଗାର ଓ ମଦ ଜବତ, ୩ ଗିରଫ

 କେନ୍ଦ୍ରାପଡା: କେନ୍ଦ୍ରାପଡା ଟାଉନ, ମାର୍ଶାଘାଇ, ଜମ୍ବୁ ମେରାଇନ ଏବଂ ରାଜକନିକା ଥାନା ବିଭିନ୍ନ ସ୍ଥାନରେ ବ୍ରାଉନ ସୁଗାର ଏବଂ ଚୋରା ମଦ ବିକ୍ରି ହେଉଥିବା ଖବର ପାଇବା ଅବକାରୀ ଅଧିକ୍ଷକ, ବିପ୍ର ଚରଣ ମଣ୍ଡଳଙ୍କ ତତ୍ୱାବଧାନରେ ଅବକାରୀ ଟିମ୍ ସ୍ଥାନରେ ଚଢ଼ଉ କରି ୧୭ ଗ୍ରାମ ବ୍ରାଉନ ସୁଗାର ସହ ୫୫୧ ଲିଟର ଚୋରା ଦେଶୀ ଓ  ରନ୍ଧା ମଦ ସହିତ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ସେମାନେ ହେଲେ ବଡବାରଙ୍ଗ ଗ୍ରାମର ସୁରେନ୍ଦ୍ର ବେହେରା (୫୪), ନାଳଦିଆ ପାଳନ୍ଦ ଗ୍ରାମର ଦେବେନ୍ଦ୍ର ବେହେରା (୪୫),  ଏବଂ ବରଡା ଗ୍ରାମର ଶେଖର ସେଠୀ (୫୫) । ଏହି ଚଢ଼ଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲିକ, ପଦ୍ମଲୋଚନ ନାୟକ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।